କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ବୃଦ୍ଧି କଲା ଆୟକର ବିଭାଗ

ନୂଆଦିଲ୍ଲୀ : ଦେଶରେ କରୋନା ପାଇଁ ଟିକସଦାତା ପ୍ରଭାବିତ ହୋଇଥିବାରୁ ଆୟକର ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ ଶେଷ ତାରିଖକୁ ୨ ମାସ ବୃଦ୍ଧି କରାଯାଇଛି।

ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ୟକ୍ତିଗତ ଆୟକରଦାତାମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିଲା। ତାହାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯ଼ାଇଛି। ସେହିପରି ଯ଼େଉଁମାନଙ୍କ ଆକାଉଣ୍ଟ ଅଡିଟ ଯ଼ୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧କୁ ବୃଦ୍ଧି କରାଯ଼ାଇଛି।

ଏଠାରେ ଉଲ୍ଲେଖଯ଼ୋଗ୍ୟ ଯ଼େ ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ସାରାଦେଶରେ ଲକଡାଉନ ଘୋଷଣା କରାଯ଼ାଇଥିଲା । ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ବଢାଇଦିଆଯ଼ାଇଥିଲା । ଏବର୍ଷ ୨ୟ ଲହରୀ ଆସିବା ପରେ ଶେଷତାରିଖକୁ ବଢାଇବାକୁ ଟିକସଦାତାମାନେ ଦାବି କରିଆସୁଥିଲେ । ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ଆୟକର ବିଭାଗ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯ଼ାଇଛି ।