ଭୁବନେଶ୍ବର: ଦାରୁଣ ଦୁଃଖ ଦେଲା ମହାମାରୀ କରୋନା ଭାଇାରସ୍। ୧୨ ଦିନ ଭିତରେ ଆଗ ପଛ ହୋଇ ଚାଲିଗଲେ ବାପ-ପୁଅ। ଗତ ୯ ତାରିଖରେ ମହାମାରୀ କରୋନାରେ ଦେହାନ୍ତ ହୋଇଥିଲା ତାଙ୍କର ଏକାଦଶାହ ଅନ୍ତ୍ୟେଷ୍ଟି କ୍ରିୟାର ଅବ୍ୟବହିତ ପୂର୍ବରୁ ସାନ ପୁତ୍ର ପ୍ରଶାନ୍ତ ଚାଲିଗଲେ ଆରପାରିକୁ। ପୁଣି ବଡ଼ ପୁଅର ଯଶୋବନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ଯଶୋବନ୍ତ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ ହୋଇଛି।