ତୃତୀୟ ଲହର ପୂର୍ବରୁ ସିଂଗାପୁର ଭାରିଆଣ୍ଟ ପିଲାମାନଙ୍କୁ ଆକ୍ରାନ୍ତ କରୁଛି ବ୍ୟାପିଲାଣି ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଏବେ କରୋନାର ୨ୟ ଲହର ଆତଙ୍କ ଖେଳାଇଥିବାବେଳେ ୩ୟ ଲହର ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ସିଂଗାପୁରରେ ଦେଖାଯ଼ାଇଥିବା କରୋନା ଭୁତାଣୁର ଏକ ନୂଆ ପ୍ରକାର ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବାରୁ ତାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

କରୋନା ତୃତୀୟ ଲହର ଆସିବା ପୂର୍ବରୁ ଭାରତରେ ପିଲାଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । କେବଳ କର୍ଣ୍ଣାଟକରେ ଗତ ୧୫ ଦିନ ଭିତରେ ୧୯ ହଜାରରୁ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି । ସପେଟେ ରାଜଧୀନୀ ଦିଲ୍ଲୀରେ ୨ ଜଣ କୋମଳମତୀ ଆଖିବୁଜିଛନ୍ତି ମହାମାରୀ ସଂକ୍ରମଣରେ ।

ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଛି। ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଭଳି ସ୍ଥିତିରେ ଛୋଟ ଛୁଆଙ୍କୁ କରୋନା ବ୍ୟାପିବା ଚିନ୍ତାପ୍ରକଟ କରୁଛି।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯ଼େ କେନ୍ଦ୍ର ସରକାର ସିଂଗାପୁର ଭାରିଆଣ୍ଟକୁ ଏକ ସତର୍କ ଘଣ୍ଟିଭାବରେ ନେଇ ଜରୁରୀକାଳୀନ ପଦକ୍ଷେପ ନେବା ଆବଶ୍ୟକ । ଏହି ଭାଇଆଣ୍ଟ ଦେଶରେ ୩ୟ ଲହର ଆଣିପାରେ । ଏଣୁ ସରକାର ତୁରନ୍ତ ସିଂଗାପୁରକୁ ବିମାନ ସେବା ବନ୍ଦ କରନ୍ତୁ । ସେହିପରି ଶିଶୁମାନଙ୍କୁ କିପରି ଟିକା ଦିଆଯ଼ାଇପାରିବ ସେ ବିକଳ୍ପ ଉପରେ ବିଚାର ଆରମ୍ଭ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।