କାଳୁପଡ଼ା ଘାଟ ଅଞ୍ଚଳର ଦୁଇଟି ଗ୍ରାମକୁ ୧୦ ଦିନିଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଉପଜିଲ୍ଲାପାଳ

ଟାଙ୍ଗୀ:-୧୬/୦୫(ବିନୁ ଦାସ୍): ସାରା ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଗୋଷ୍ଠୀ ସଂକ୍ରମଣ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।ଦୈନିକ ସଂକ୍ରମଣ ଅପେକ୍ଷା ଗୋଷ୍ଠୀ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ସରକାରୀ ସ୍ତରରେ କାଗଜପତ୍ରରେ କୋଭିଡ କଟକଣା ଚାଲିଥିବା ବେଳେ ପ୍ରକୃତ ପକ୍ଷେ ପ୍ରଶାସନିକ ସ୍ତରରେ ଅବହେଳା, କଣ୍ଟାକ୍ଟ ଟ୍ରେସିଂ,ପୋଲିସ ପେଟ୍ରୋଲିଂ ଆଦି ଅବହେଳା ଯୋଗୁଁ ଆଜିର ଦିନରେ ପରିସ୍ଥିତି ଭୟଙ୍କର ପାଲଟିଛି।ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ବ୍ଲକ କାଳୁପଡ଼ା ଘାଟ କଳକଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଉଆସପଦର ଏବଂ ରାଜେନ୍ଦ୍ରପୁର ଗ୍ରାମକୁ ୧୦ ଦିନିଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ। ୧୬ ତାରିଖ ରବିବାର ସନ୍ଧ୍ୟା ୭ ଘଟିକାରୁ ୨୫ ତାରିଖ ରାତ୍ର ୯ ଘଟିକା ମଙ୍ଗଳବାର ପର୍ଯ୍ୟନ୍ତ ବଳବତ୍ତର ରହିବ।ଏହି ସମୟରେ ଗ୍ରାମକୁ ପ୍ରବେଶ ନିଷେଧ ସହ ସାନିଟାଇଜ ସହ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି କଳକଳେଶ୍ୱର ସରପଞ୍ଚ ଅସିତ୍ ନାଥ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି।