ରାଜଧାନୀରେ ୨୪ ଯାଏ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ, ୧୬ା୫: ପୁଣି ଏକ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ । ଦିଲ୍ଲୀରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିଛନ୍ତି । ପୂର୍ବରୁ ଦିଲ୍ଲୀରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଥିଲା । ତେବେ ଆଜି ପୁଣି ୭ ଦିନ ପାଇଁ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଲକଡାଉନ୍ ଭଲ ପ୍ରଭାବ ଦେଖିବାକୁ ମିଳିଛି ।୧ ଏପ୍ରିଲ୍ ୨୬ ତାରିଖ ପରେ କରୋନାର ନୂଆ ମାମଲା ଧିରେ ଧିରେ କମିବାରେ ଲାଗିଛି ଏବଂ ଗତ ତିନିଦିନ ଧରି ସଂକ୍ରମଣ ହାର ମଧ୍ୟ ଲଗାତର ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ କରୋନାର ୬୫୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ପଜିଟିଭିଟି ରେଟ୍ ଆଉ ୧%ରୁ କମ୍ ହୋଇ ୧୦ ପ୍ରତିଶତ ହୋଇଛି ।