ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାନ ଭାଇଙ୍କ ପରଲୋକ,କରୋନାରେ ପୀଡିତ ଥିଲେ

କୋଲକାତା,୧୫।୫: ଦେଶରେ କରୋନା ଆତଙ୍କ ଖେଳାଇଥିବା ବେଳେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଗତ ଏକମାସ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ମେଡ଼ିକୋ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ହସ୍ପିଟାଲ ଅଧ୍ୟକ୍ଷ ଡ. ଆଲୋକ ରାୟ ସୂଚନା ଦେଇଛନ୍ତି। କରୋନା ମାର୍ଗଦର୍ଶିକା ପାଳନ କରାଯାଇ ଅସିମଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ସୁଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।