କୋଭିଡ ଯୋଦ୍ଧାଙ୍କର ଗରିବଙ୍କୁ ଖାଦ୍ୟ ପ୍ରଦାନ ସବ୍-ଇନିସ୍ପେକ୍ଟର ଉମାକାନ୍ତ ସାହୁ ଏକ ଅନନ୍ୟ

କାଳୁପଡ଼ା ଘାଟ:-୦୫/୦୫(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଖୋର୍ଦ୍ଧା ଜିଲ୍ଲା ପୋଲିସର ଏକ ପରିଚିତ ନାମ।ସେ କରୋନା ମହାମାରୀ ହେଉ କିମ୍ବା ଜାତୀୟ ରାଜପଥରେ ଡକାୟତି କିମ୍ବା ରାହଜନୀ ନତୁବା ଗରିବଙ୍କୁ ନ୍ୟାୟ ଦେବାରେ ସମର୍ପିତ ସେବକ ଜଣେ।ଗଞ୍ଜାମ ଜିଲ୍ଲା ଭେଜିପୁଟ ଥାନା ଅନ୍ତର୍ଗତ ନନ୍ଦିଗାଁ ରେ ଜନ୍ମିତ କିଶୋର ଚନ୍ଦ୍ର ସାହୁଙ୍କ ଗର୍ବ ଏବଂ ଗୌରବର ପାତ୍ର ଉମାକାନ୍ତ ସାହୁ।ସେ ବ୍ରହ୍ମପୁର ।ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ସହ ସମ୍ମାନରେ ଉତ୍ତୀର୍ଣ୍ଣ ହୋଇ ୨୦୦୨ ମସିହାରେ ଅଷ୍ଟମ ବାଟାଲିୟନର ଦକ୍ଷ ସିପାହୀ ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ଓଡିଶା ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେଇ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହେବା ସହ ନିଜର ଚାକିରୀ ପ୍ରଥମେ ସବ୍ ଇନିସ୍ପେକ୍ଟର ଭାବରେ କେନ୍ଦୁଝର ଜିଲ୍ଲାରେ ଯୋଗ ଦେଇଥିଲେ।ମାଓପ୍ରବଣ ଅଞ୍ଚଳରେ ଏସୋଜି ଯବାନଙ୍କ ସହମିଶି ମାଓବାଦୀଙ୍କ ସହ ଯୁଦ୍ଧକରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ଯାହାଫଳରେ ତାଙ୍କୁ ୨୦୧୪ ମସିହାରେ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଥିଲା ଯାହାକି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।ପରବର୍ତ୍ତୀ ସମୟରେ ଜଣେ ବେଷ୍ଟ ସବ୍ ଇନିସ୍ପେକ୍ଟର ଉପାଧିରେ ମଧ୍ୟ ସମ୍ମାନିତ କରିଥିଲା ପୋଲିସ ବିଭାଗ। ପରବର୍ତ୍ତୀ ସମୟରେ ୨୦୧୯ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଞ୍ଚଳରେ ନିଜର ଦକ୍ଷତା ଦେଖାଇଥିଲେ। ଏପରିକି ଚୋରି ହେଉ କି ରାହଜନୀ କିମ୍ବା ଜାତୀୟ ରାଜପଥ ୧୬ରେ ଡକାୟତି ସବୁ ସମସ୍ୟାର ସୁରାକ ମିଲିଳାକ୍ଷଣି ଶତ୍ରୁ ପକ୍ଷକୁ ମୁହଁ ତୋଡ ଜବାବ ଦିଅନ୍ତି ଉମାକାନ୍ତ। ନିଜର ସେବା ମନୋବୃତି ଜରିଆରେ ଜନ ମାନସ ଙ୍କର ପ୍ରିୟ ହୋଇରହିଛନ୍ତି। ୨୦୨୦ ମସିହାରେ ପୁଣି ତାଙ୍କୁ ବେଷ୍ଟ ପୋଲିସ ଅଫିସର ପୁରସ୍କାର ମିଳିଛି।ନିଜର ଚାକିରୀ କାଳ ଭିତରେ ବହୁ ଜାତୀୟ ରାଜପଥ ଡ଼କାୟତ ଙ୍କୁ ଦମନ କରିବା ସହ ବିଭିନ୍ନ ଗ୍ରାମର ଗୋଷ୍ଠୀ ସଂଘର୍ଷ ହେଉ ନତୁବା ନିରୀହ ନିଷ୍ପେସିତ କୁ ନ୍ୟାୟ ଦେବାରେ ହେଉ ପ୍ରଶଂସା ର ପାତ୍ର ଆଜି ଉମାକାନ୍ତ ସାହୁ। ସେହିଭଳି ଏବର୍ଷ କରୋନା ମହାମାରୀ ତାର ତାଣ୍ଡବଲୀଳା ରଚୁଥିବାବେଳେ ଏବଂ ସାରା ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଏହି ଦୁଃଖଦ ପରିସ୍ଥିତି ରେ ସାଧାରଣ ଲୋକ ଜୀବନ ଏବଂ ଜୀବିକା ପାଇଁ ଘରେ ରହି ସଂଗ୍ରାମ କରୁଥିବାବେଳେ ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ପୁଣି ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବୁଧବାର ମଧ୍ୟାହ୍ନରେ ନାଚୁଣି ଅଞ୍ଚଳରେ ବୁଲୁଥିବା କିଛି ଅସହାୟ ଏବଂ ଗରିବଙ୍କୁ ଗୋଟିଏ ଓଳିର ଖାଦ୍ୟ ଦେଉଥିବାର ଦେଖାଯାଇଛି। ଯାହାକି ଅଞ୍ଚଳରେ ସମସ୍ତେ ସାଧୁବାଦ ଜଣାଇଛନ୍ତି