ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନର ଦ୍ବିତୀୟ ଲହରରେ ରାଜ୍ୟର ୧୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ ଗଲା ପରେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଘୋଷଣା ଦ୍ବାରା ରାଜ୍ୟର ୬୯୪୪ ସ୍ବାମ୍ବାଦିକ ଉପକୃତ ହେବେ।