ଖୋର୍ଦ୍ଧା,୩୦/୦୪: ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ପିତାପଲ୍ଲୀ ଓଭରବ୍ରିଜ୍ ନିକଟରେ ଏକ କଣ୍ଟେନର୍ ପଛକୁ ବସ୍ ଧକ୍କା ଦେଇଛି । ବସ୍ରେ ଥିବା ୨୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି । ସୁଚନା ଅନୁଯାୟୀ, ଟିଏନ୍୩୦ ବିକେ-୨୮୧୪ କଣ୍ଟେନର୍ ତାମିଲନାଡୁ ଯାଉଥିଲା । ଯାତ୍ରୀବାହୀ ବସ୍ ଟିଏନ୍୬୩ଏଲ୍୮୩୨୦ ବିହାର ପାଟଣାରୁ ତାମିଲନାଡୁ ତିରୁପୁରୁ ଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଫାଣ୍ଡି ଅନ୍ତର୍ଗତ ପିତାପଲ୍ଲୀ ଓଭରବ୍ରିଜ୍ ନିକଟରେ ଏକ ବସ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା କଣ୍ଟେନର୍ ପଛରେ ଧକ୍କା ହୋଇଥିଲା । ଯାଁଳା ଫାଣ୍ଡି ପୁଲିସ୍ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍କୁ ପଠାଇ ଥିଲା । ଏଥିସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।