ମେଡିସିନ ଦୋକାନରେ ଗୁଟଖା ଓ ସିଗାରେଟ୍ ବିକ୍ରି

ଭଦ୍ରକ: ମେଡିସିନ ଦୋକାନରେ ମେଡିସିନ ସହ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍। ଆପଣଙ୍କୁ କଥାଟା ବିଶ୍ବାସ ହେଉ ନ ଥାଇପାରେ ମାତ୍ର ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରରେ। ସପ୍ତାହନ୍ତ ସଟଡାଉନରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ମେଡିସିନ ଦୋକାନରେ ଚୋରାରେ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ମିଳିବା ପରେ ପୋଲିସ ଓ ପ୍ରଶାସନ ମିଳିତ ଚଢ଼ାଉ କରିଥିଲେ। ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୋଲିସ ମେଡିସିନ ଦୋକାନରେ ରେଡ୍ କରିଥିଲେ।

ରେଡ୍ ସମୟରେ ଦୋକାନ ଭିତରୁ ଗୁଟଖା, ସିଗାରେଟ୍ ଜବତ ହୋଇଥିଲା। ମେଡ଼ିସିନ ଦୋକାନର ମାଲିକ ଓ କର୍ମଚାରୀଙ୍କ ସହ ସହ ୩ ଜଣଙ୍କୁ ଅଟକ ରଖିଛି ଭଦ୍ରକ ଟାଉନ ପୋଲିସ। ଏଥିସହ ମେଡ଼ିସିନ ଦୋକାନକୁ ୭ ଦିନ ସିଲ କରାଯାଇଛି।