ନୂଆଦିଲ୍ଲୀ ୧୯/୦୪ :ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇଛି। ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ସରକାର ସୋମବାର ରାତିରୁ ଆସନ୍ତା ସୋମବାର ଯାଏଁ ସମ୍ପୂର୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ରବିବାର ଦିନ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୨୫ ହଜାର ୪୬୨ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାସହ ପଜିଟିଭ ହାର ୩୦ ପ୍ରତିଶତରେ ପହଞ୍ଚିଛି। ସଂକ୍ରମଣ ହାର 29.୭୪ ପ୍ରତିଶତ ହେବା ଅର୍ଥାତ ଦିଲ୍ଲୀରେ ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ।
ଉଲ୍ଲେଖନୀୟ ଯେ, ଦିଲ୍ଲୀରେ କରୋନା ସଙ୍କଟ କାରଣରୁ ଏବେ ସ୍ଥିତି ଖୁବ୍ ଖରାପ ହୋଇଛି। ଦିଲ୍ଲୀର ବହୁ ହସ୍ପିଟାଲରେ ବେଡ୍ ନାହିଁ, କିମ୍ବା ଅକ୍ସିଜେନ୍ ନାହିଁ। ଏହି କାରଣରୁ ଏଭଳି ଏକ କଡା ନିଷ୍ପତ୍ତି ନିଆଯାଇଛି। ଅକ୍ସିଜେନ୍ ଓ ରେମଡେସିଭିରର ଅଭାବ କାରଣରୁ ଦିଲ୍ଲୀ ସରକାର ଏହି ଆକ୍ସନ ନେଇଛନ୍ତି। ଏବେ ଏକ କନଟ୍ରୋଲ ରୁମ୍ ତିଆରି କରାଯାଉଛି, ଯାହା ଅନ୍ତର୍ଗତ ସପ୍ଲାଇର ଡାଟା ମଧ୍ୟ ରଖାଯିବ। ସରକାର ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତ କରିଦେଇଛନ୍ତି।