କାଳୁପଡାଘାଟ , ୧/୦୪ (ବିନୁ ଦାସ୍) ଆଜି ଉତ୍କଳ ଦିବସ ସ୍ୱତନ୍ତ୍ର ଓଡ଼ିଶା କୁ ପୂରିଲା ୮୫ ବର୍ଷ । ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ୬ ଜିଲ୍ଲା ଯଥା – କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି ହୋଇଥିଲା । ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା ଏବଂ ୧୯୯୨ ମସିହା ରେ ଓଡ଼ିଶାର ୧୩ ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ ଜିଲ୍ଲାରେ ଭାଗ କରାଗଲା । ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଆଜି ତା’ର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଖୋର୍ଦ୍ଧା ଜିଲ୍ଲାର ରିପୋଟର୍ସ ଆସୋସିଏସନ , ଟାଙ୍ଗୀ ପକ୍ଷରୁ ଉତ୍କଳ ଦିବସ ଏବଂ ଖୋର୍ଦ୍ଧା ଜିଲ୍ଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ମିଡିଆ ସେବା ସଂଘ ତଥା ରିପୋଟର୍ସ ଆସୋସିଏସନ , ଟାଙ୍ଗୀ ର ସଭାପତି ରବୀନ୍ଦ୍ର କୁମାର ରଣା , ସମ୍ପାଦକ ସନ୍ତୋଷ କୁମାର ଚୌଧୁରୀ , ଉପ-ସଭାପତି ସଂଗ୍ରାମ କେଶରୀ ପଟନାୟକ ଓ ମାନସ କୁମାର ପଟନାୟକ , ଉପଦେଷ୍ଟା ଭାଗୀରଥୀ ଛୋଟରାୟ , ବରିଷ୍ଠ ସାମ୍ବାଦିକ ହରିହର ରଣା , ଉମେଶ ପଟନାୟକ , ଦୀପକ ପ୍ରଧାନ , ଯୋଗେନ୍ଦ୍ର ରାମ , କାହ୍ନୁ ଚରଣ ବେହେରା , ସୁଶୀଲ ପ୍ରଧାନ , ଅଶ୍ଵନୀ କୁମାର ପରିଡା , ଗୋବିନ୍ଦ ଜାଲ୍ଲୀ , ଅଶ୍ଵନୀ ବେହେରା , ସୁରଜୀତ ପଟନାୟକ , ରମେଶ ବେହେରା , ଦେବୀ ପ୍ରସାଦ ଦାସ , ଆଲୋକ ମହାରଣା , ମହେଶ କୁମାର ନାୟକ , ଅଶୋକ କୁମାର ନାୟକ , ସୂର୍ଯ୍ୟକାନ୍ତ ସାହୁ , ବିଶ୍ଵଜିତ ମହାନ୍ତି , ବୈକୁଣ୍ଠ ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଆଜିର ଏହି ‘ଓଡ଼ିଶା ଦିବସ’ ଉପରେ ସମ୍ୟକ ଆଲୋକପାତ କରିଥିଲେ ।