ଗୁଣୁପୁର,୦୧/୦୪(ସିଦ୍ଧାର୍ଥ ଦାଶ):ରାୟଗଡ଼ା ଜିଲ୍ଲା ଗୁଣପୁର ସୋମନାଥ ମେମୋରିଆଲ୍ ହସ୍ପିଟାଲ ଠାରେ ଉତ୍କଳ ଦିବସ ଉପଲକ୍ଷେ କରୋନା ଟୀକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ସଭାପତି ବିଷ୍ଣୁ ପଣ୍ଡା ଓ ଆଇନଜିବି ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ହସ୍ପିଟାଲ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରମେଶ କୁମାର ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଭେକ୍ସିନ୍ ଦେବାରେ ଭବାନୀ ପାତ୍ର ସହଯୋଗ କରିଥିଲେ । ସୋମନାଥ ମେମୋରିଆଲ୍ ହସ୍ପିଟାଲ ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ କରୋନା ଟୀକା ବିନା ମୂଲ୍ୟ ରେ ପ୍ରଦାନ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପାତ୍ର କହିଛନ୍ତି ।