କାଳୁପଡ଼ା ଘାଟ:-(ବିନୁ ଦାସ୍)୨୪।୦୩-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମର ଅଇଁଠି ବାରିକଙ୍କ ବଡ଼ପୁଅ ସନ୍ତୋଷ ବାରିକ ୩୦ ବର୍ଷୀୟ ଯୁବକ ଯେକି ଦୀର୍ଘ ୧୮ ବର୍ଷ ହେବ ବାର ବର୍ଷ ବୟସରୁ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଦିନକୁଦିନ ଶଯ୍ୟାଶାୟୀ ହେବାକୁ ଲାଗିଲେ ।ଏ ବିଷୟରେ ପ୍ରଥମେ ଆମ୍ଭର ଖବରଦାତା ‘ଦୁର୍ବିସହ ଜୀବନ ଜିଉଁଛନ୍ତି ଫାଇଲେରିଆ ଆକ୍ରାନ୍ତ’ ଶୀର୍ଷକ ଖବର ପ୍ରକାଶ କରିବା ସହ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ର ସାହାଯ୍ୟ ଲୋଡିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ଖବର ଉପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବହୁ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବାକୁ ହଁ ଭରିଥିଲେ ବି ସହଯୋଗ ର ହାତ ବଢ଼ାଇ ନଥିଲେ।ପରବର୍ତ୍ତୀ ସମୟରେ ଯୁବକଙ୍କ ପରିବାର ମାନସିକ ଏବଂ ଆର୍ଥିକ ସ୍ତରରେ ମଧ୍ୟ ଭାଙ୍ଗି ପଡ଼ିଥିଲେ।ଆମ ଖବରକୁ ଗୁରୁତ୍ୱ ଦେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଧାୟକ ଦଳ ତଥା ବିରୋଧୀ ଦଳ ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୂର୍ବତନ ଚିଲିକା ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ପ୍ରମୁଖ ଫାଇଲେରିଆ ଆକ୍ରାନ୍ତ ସନ୍ତୋଷ ଙ୍କର ଘରେ ପହଞ୍ଚି ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଏମ୍ସ ଡାକ୍ତରଖାନା ଭୁବନେଶ୍ୱର ର ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଜେ ଆସି ନେଇଯାଇଥିଲେ।ସମ୍ବିତ ପାତ୍ର କହିଥିଲେ ଯେ ସନ୍ତୋଷ ଙ୍କର ପାଞ୍ଚ ପର୍ଯ୍ୟାୟ ଅପେରସନ ହୋଇ ସୁସ୍ଥ କରିବାକୁ ଆପ୍ରାଣ ଉଦ୍ୟମ କରାଯିବା ସହ ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସ ରେ ଚିକିତ୍ସା କରାଯିବ।ସନ୍ତୋଷ କୁ ଆମ୍ବୁଲାନ୍ସ ରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନେବାବେଳେ ଗ୍ରାମରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆମ୍ଭର ଖବର ଉପରେ ପଦକ୍ଷେପ ନେଇଥିବାରୁ ଅଞ୍ଚଳବାସୀ ସହ ବହୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ ହୋଇପାରିଛନ୍ତି ସମ୍ବିତ ପାତ୍ର ଏବଂ ପୃଥ୍ୱୀରାଜ ହରିଚନ୍ଦନ।ଆମର ଏତିକି ନିବେଦନ ସନ୍ତୋଷ ଖୁବଶୀଘ୍ର ଭଲହୋଇ ନୂତନ ଜୀବନ ନେଇ ଘରକୁ ଫେରନ୍ତୁ ଏତିକି କାମନା ।