କଟକ,୩୦।୧୦: ଚଳିତ ବର୍ଷ କଟକରେ ହେବନି ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ସେ କହିଛନ୍ତି ଯେ, କୋଭିଡ୍ ସ୍ଥିତିକୁ ଦେଖି ବାଲିଯାତ୍ରା ପାଇଁ ଅନୁମତି ଦେଇ ହେବନି । ଏଭଳି ଏକ ବିରାଟ ଆୟୋଜନ କଷ୍ଟକର । କାର୍ତ୍ତିକ ପୂର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ଧବଳେଶ୍ୱରରେ ବି ବଡଓଷା ଉତ୍ସବ ପାଳନକୁ ଅନୁମତି ନାହିଁ । ବଡ ଓଷା ନୀତି ପାଳନ ହେବ କିନ୍ତୁ ଲୋକଙ୍କୁ ମନ୍ଦିର ଯିବାକୁ ମନା ହୋଇଛି ।
ପ୍ରତ୍ୟକ ବର୍ଷ କାର୍ତ୍ତିକ ପୂଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତିି ନେଇଛି ପ୍ରଶାସନ ।