୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

ଭୁବନେଶ୍ୱର,୧୪।୧୦ : ଝାଡଖଣ୍ଡ କୋଲବ୍ଲକ ଆବଣ୍ଟନ ଦୁର୍ନୀତି ମାମଲା ଦଣ୍ଡବିଧାନର ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡବିଧାନଙ୍କ ଦଣ୍ଡବିଧାନ ଶୁଣାଣି ଘୁଞ୍ଚିଛି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସତର୍କତା ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଲବ୍ଲକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ।