Biplab Bureau
୧୬.୦୫.୨୦୨୦
୧-କୋହଳ ହେବ ତାଲାବନ୍ଦ ୪.୦, ରାଜ୍ୟ ସରକାର ହାତରେ ରହିବ କ୍ଷମତା।
୨-କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ଜଣ ଛୋଟ ପିଲା।
୩-ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ପ୍ରଥମରୁ ଅଷ୍ଟମ ଯାଏ ସମସ୍ତେ ପାସ୍, ନବମ ଓ ଏକାଦଶ ଶ୍ରେଣୀ ପାଇଁ ଦେଖାଯିବ ଷାଣ୍ମାସିକ ଓ ୟୁନିଟ୍ ଟେଷ୍ଟର ମାର୍କ।
୪-ଓଡ଼ିଶା ମାଟିରେ ଚାଳିକି ଯିବେନି ଶ୍ରମିକ, ନିକଟସ୍ଥ ଥାନାକୁ ଯୋଗାଯୋଗ କରିବାକୁ ଡ଼ିଜିଙ୍କ ପରାମର୍ଶ।
୫-ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମାଟ୍ରିକ୍ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବା ବନ୍ଦୋବସ୍ତ କର।
୬-ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ।
୭-କରୋନା କାରଣରୁ ବଦଳିଲା ଓଡ଼ିଶା ହାଇକୋର୍ଟ ଆଇନଜୀବିଙ୍କ ଡ୍ରେସ କୋର୍ଡ।କଳା କୋର୍ଟ ଏବଂ ଗାଉନ ବଦଳରେ ଧଳାସାର୍ଟ, ସଲଓ୍ବାର କମିଜ୍ ପିନ୍ଧିବାକୁ ପରାମର୍ଶ।
୮-ଭୁବନେଶ୍ୱର: ମହଙ୍ଗା ଭତ୍ତାରେ ୧୦% ବୃଦ୍ଧି ମଞ୍ଜୁର,୨୦୧୯ ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ।
୯-୨୨ରେ ଦେଶବ୍ୟାପୀ ଧର୍ମଘଟ କରିବେ ୧୦ଟି ଟ୍ରେଡ୍ ୟୁନିଅନ, ଶ୍ରମ ଆଇନର ସସ୍ପେନସନକୁ ବିରୋଧ।
୧୦-ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଜୁନ ୫ ରେ କେରଳ ଛୁଇଁବ ।
୧୧-ଆତ୍ମନିର୍ଭର ପ୍ୟାକେଜର ତୃତୀୟ ପର୍ଯ୍ୟାୟ : କୃଷି ପାଇଁ ବିନିଯୋଗ କରାଯିବ ୧ ଲକ୍ଷ କୋଟି ଟଙ୍କା।
୧୨-ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’: ୧୯ ବେଳକୁ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା।୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି।
୧୩-ଆଜିଠାରୁ ୨ୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ : ସ୍ବଦେଶ ଫେରିବା ପାଇଁ ୧ଲକ୍ଷ ୮୮ହଜାରରୁ ଅଧିକ ଭାରତୀୟଙ୍କ ପଞ୍ଜିକରଣ ।
୧୪-ବଗୁଲି ସାହିରେ ବେଙ୍ଗ ବେହେରାଙ୍କୁ ତାଙ୍କ ସ୍ତ୍ରୀ ଠୁରି ହତ୍ୟା କରିଛି। ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା। ଶୀଳ ଗୁଡ଼ାରେ ମୁଣ୍ଡକୁ ଆଘାତ କରି ବେଙ୍ଗକୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି।
୧୫-ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮ ହଜାର ୪୫୦ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୨୪ ହଜାର ୩୪କୁ ବୃଦ୍ଧି ।
୧୬-ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୭ ଲକ୍ଷ ୫୭ ହଜାର ୧୨୮ ଆକ୍ରାନ୍ତ । ଆମେରିକାରେ ସର୍ବାଧିକ ୮୮ ହଜାର ୫୦୭ ଜଣଙ୍କ ମୃତ୍ୟୁ
୧୭-ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନହେଲେ ଭବାନୀ
୧୮-ଖେଳାଳିଙ୍କ ଦେୟ କଟାଯିବ ନାହିଁ : ବିସିସିଆଇ
୧୯-ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟମ୍ୟାଚ୍ ସମ୍ଭବ ନୁହେଁ: ଗାଙ୍ଗୁଲି
୨୦-ସରପଞ୍ଚଙ୍କୁ ବୀମାଭୁକ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପ୍ରଶଂସା
୨୧-ଜୁଲାଇ ଶେଷ ସୁଦ୍ଧା ମିଳିବ ୪ ରାଫେଲ
୨୨-ଜିନ୍ପିଙ୍ଗଙ୍କ ସହ କଥା ହେବାକୁ ଆଗ୍ରହ ନାହିଁ: ଟ୍ରମ୍ପ
୨୩-ପଟ୍ଟାମୁଣ୍ଡାଇ: ମହାକାଳପଡ଼ା ଭୋପାଳ ଗାଁରେ ପାରିବାରିକ କଳହର କରୁଣ ପରିଣତି; ୨ ପିଲାଙ୍କ ଦେହରେ ନିଆଁ ଲଗାଇ ମାଆର ଆତ୍ମଦାହ ଉଦ୍ୟମ, ସାନ ପୁଅ ଅବସ୍ଥା ସ୍ଥିର, ବଡ଼ପୁଅ ଓ ମାଆ ଗୁରୁତର, କଟକ ସ୍ଥାନାନ୍ତର, ବଡ଼ ପୁଅର ବୟସ ୮ ବର୍ଷ ଓ ସାନ ପୁଅର ବୟସ ୩ ବର୍ଷ ସୂଚନା
୨୪-ବାଲେଶ୍ୱର:ସୁରତ୍, ଅହମ୍ମଦାବାଦରୁ ୨୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ଧରି ବାଲେଶ୍ୱରରେ ପହଞ୍ଚିଲା ୩ଟି ବସ୍; ସହରର ଫାଣ୍ଡି ଛକରେ ଓହ୍ଲାଇ ସହଦେବଖୁଣ୍ଟା ଥାନାକୁ ଗଲେ ପ୍ରବାସୀ, କେଉଁଠି ରହିବୁ କି ବ୍ୟବସ୍ଥା ହୋଇଛି କହି ପୁଲିସକୁ କୈଫିୟତ ମାଗିଲେ, ପୁଲିସ କିଛି ନକହିବାରୁ ଅସନ୍ତୋଷ
୨୫-ଯାଜପୁରରେ ପହଞ୍ଚିଲା ଚତୁର୍ଥ ଶ୍ରମିକ ସ୍ପେଶାଲ ଟ୍ରେନ୍ । ହାଇଦ୍ରାବାଦରୁ ଯାଜପୁରରେ ପହଞ୍ଚିଲେ ୩୦୦ରୁ ଅଧିକ ପ୍ରବାସୀ । ପହଞ୍ଚିବା ପରେ ସମସ୍ତଙ୍କୁ ବସ୍ରେ କ୍ବାରେଣ୍ଟାଇନ ସେଣ୍ଟର ପଠାଗଲା
୨୬-ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ; ସ୍ଥାନୀୟ ଯୁବକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ, ତେବେ କେଉଁଥିପାଇଁ ଆକ୍ରମଣ ହୋଇଛି ସ୍ପଷ୍ଟ ହୋଇନି
୨୭-ମାଲକାନଗିରି: ହାଇଦ୍ରାବାଦରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ; ସୀମାନ୍ତବର୍ତ୍ତୀ ମୋଟୁରେ ଶ୍ରମିକଙ୍କ ମୃତଦେହ ନଛାଡ଼ିବାରୁ ସମ୍ପର୍କୀୟ ନିରାଶ, ଚିତ୍ରକୋଣ୍ଡା ଦେଇ ପ୍ରାୟ ୨୦୦ କିମି ବୁଲି ସରପାଲିରେ ପହଞ୍ଚିଲେ ସମ୍ପର୍କୀୟ, ଲକ୍ଡାଉନ୍ ଯୋଗୁ ହାଇଦ୍ରାବାଦରେ ଫସି ରହିଥିଲେ ଶ୍ରମିକ