ହସ୍ପିଟାଲରେ ଭର୍ତ୍ତି ହେଲେ ପୁର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ

ନୂଆଦିଲ୍ଲୀ :ମିଳିଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ନେତା ଡ. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାର ସୂଚନା ରହିଛି। ରବିବାର ରାତ୍ରିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କର ଚିକିତ୍ସା କରୁଥିବାବେଳେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର।