ଜୟପାଟଣା,୧୦/୦୪(ମଳୟ କୁମାର ସାହୁ):- ଜୟପାଟଣା ବ୍ଳକର ପଡଖୋଲ କ୍ଳଷ୍ଟର ଅନ୍ତର୍ଗତ ସାଗଯୋର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସ ଙ୍କ ସଭାପତିତ୍ବ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୂଖ୍ୟ ଅତିଥିଭାବେ ଜୟପାଟଣା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ଯୋଶୀ, ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ଶ୍ରୀଯୁକ୍ତ, ଯୁଦ୍ଧିଷ୍ଠିର ପୁଝାରୀ ଅଁଲାଭଟା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ, ଯୋଗଦେଇଥିଲେ । ଚାଚିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ସିପଂନ ସ୍ବାଇଁ ସଭା ପରିଚାଳନା କରିଥିଲେ । ଶ୍ରୀଯୁକ୍ ଯୁଦ୍ଧିଷ୍ଠିର ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ । ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆମ ସମାଜରୁ ହଜି ଯାଉଥିବା ସଂସ୍କୃତି, ଖେଳନା ଗୁଡ଼ିକ ସଂଗ୍ରହ କରି ଛାତ୍ରଛାତ୍ରୀମାନେ ଏକ ପ୍ରଦର୍ଶନୀ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସହିତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଓ ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଉପସ୍ଥିତ ହୋଇଥିଲେ ।