ଆଠମଲ୍ଲିକ,୦୭/୦୪(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକ ସାହି ପଞ୍ଚାୟତ ର ନଖରା ସାହିର ନିରଞ୍ଜନ ସାହୁଙ୍କ ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସୋମବାର ଦିନ ଦ୍ୱିପ୍ରହର ରେ ରୋଷେଇ କରୁଥିବା ସମୟରେ କାଠ ଚୁଲିରୁ ନିଆଁ ଲାଗି ସମ୍ପୁର୍ଣ୍ଣ ଭାବେ ପୋଡ଼ି ଯାଇଥିଲା। ଖବର ପାଇ ଆଠମଲ୍ଲିକ ରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ପାଇକ ସାହି ରାଜସ୍ବ ନୀରିକ୍ଷକ ସୌମ୍ୟ କନର ପହଁଚି କ୍ଷୟ କ୍ଷତି ପରିମାଣ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି। ଅଗ୍ନି ବିପନ୍ନ ପରିବାର ପାଖରେ ପାଇକ ସାହି ପଞ୍ଚାୟତ ସରପଞ୍ଚ ନୀରୋଜ କାନ୍ତ ସାହୁ ପହଞ୍ଚିସମବେଦନା ଜଣାଇବା ସହ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ଅଗ୍ନି ବିପନ୍ନ ପରିବାର ଙ୍କୁ ଆବାସ ଯୋଜନା ରେ ସାମିଲ କରି ବ୍ଲକ୍ ପ୍ରଶାସନ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।