ଶୀତବସ୍ତ୍ର ବଣ୍ଟନ କଲେ ଜନ ଶିକ୍ଷଣ ସଂସ୍ଥାନ

କଳାହାଣ୍ଡି,-୨୭/୧(ପ୍ୟାରିଲାଲ ଦୁର୍ଗା) କଳାହାଣ୍ଡି ଜନ ଶିକ୍ଷଣ ସଂସ୍ଥାନ ଭବାନୀପାଟଣାର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀଙ୍କ ତତ୍ବାବଧାନରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ଓ ପିଣ୍ଡାପଦର ଗ୍ରାମର ଶତାଧିକ ଗରିବ ଲୋକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି,ପିଣ୍ଡାପଦର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ୩୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ଥିବା ବେଳେ କୁନି କୁନି ବାଳକ ବାଳିକା ମାନଙ୍କୁ ପ୍ୟାଣ୍ଟ୍ ସାର୍ଟ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ,ଶାଡି, ଧୋତି, ଜ୍ୟାକେଟ ଇତ୍ୟାଦି ପ୍ରଦାନ କରାଯାଇ ଥିଲା, କାର୍ଯ୍ୟକ୍ରମକୁ ଏହି ସଂସ୍ଥାନର କର୍ମକର୍ତ୍ତା ବୁଲୁ ପୁଳେଇ, ଗଙ୍ଗାଧର ନାଏକ,ଅମ୍ବେ ପ୍ରସାଦ ସୁନାନୀ, ଯଶୋବନ୍ତ ରଣା,ଶମ୍ଭୁ ବିଶି ମଧୁସୂଦନ ବାଗ ପ୍ରମୁଖ ପରିଚାଳନା କରିଥିଲେ