କଲମପୁର ବ୍ଲକ ପରିସରରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ।

କଳାହାଣ୍ଡି,୨୦/୦୧(ପ୍ୟାରିଲାଲ ଦୁର୍ଗା) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପରିସରରେ ଥିବା ଏସ.ଜି.ଏସ.ୱାଇ ମିଟିଙ୍ଗ ହଲ ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ସମୁଦାୟ ୨୦୯ ଗୋଟି ଅଭିଯୋଗ ହୋଇଥିଲା। ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ୧୧୦, ଭତ୍ତା ପାଇଁ ୧୦,ଅନ୍ୟାନ୍ୟ ବିଷୟରେ ୮୯ । ଏଥି ମଧ୍ୟରୁ ମୁଖ୍ୟ ଅଭିଯୋଗ ସୀଙ୍ଗାରି ଘାଟି ରାସ୍ତାର ପ୍ରସସ୍ଥି କରଣ, କଲମପୁର ଠାରୁ ଜୁନାଗଡ ଅଙ୍କାବଙ୍କା ରାସ୍ତାର ପ୍ରଶସ୍ଥି କରଣ,ପ୍ରସ୍ତାବିତ ନୂତନ ଡାକ୍ତରଖାନା ପାଇଁ ଡାକ୍ତରଖାନା ସମ୍ମୁଖରେ ଥିବା ଜମି ପ୍ରଦାନ,କଲମପୁର ଠାରେ ଶବ ବ୍ୟବଛେଦ ଗୃହ ନିର୍ମାଣ,କଲମପୁର ଡାକ୍ତରଖାନାରେ ରୋଗୀ ଶଯ୍ୟା ବୃଦ୍ଧି,ଅନଲାଇନ୍ ଜୁଆ ଖେଳକୁ ବନ୍ଦ କରିବା,ଖଣ୍ଡିଡଙ୍ଗରିଗୁଡ଼ା ବଙ୍କାପଲା ହାତୀନଦୀ ପୋଲ ନିର୍ମାଣ,ହାତୀ ନଦୀ ବନ୍ୟାଜଳ ପ୍ରବାହିତ ଅଞ୍ଚଳରେ ପଥର ପାହାଚ ନିର୍ମାଣ, ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟାର ଜମି ଚିହ୍ନଟ,କଲମପୁର ଆଦର୍ଶ ଥାନାରେ ଖାଲି ପଡ଼ିଥିବା ପୋଲିସ ପଦବୀ ପୂରଣ, ଆବାସିକ ବାଳକ ବିଦ୍ୟାଳୟ ସ୍ଥାପନ , ନୂଆଗାଁ ମହିଳା ଗୋଷ୍ଠି ମାନଙ୍କ ଦ୍ବାରା ଗ୍ରାମରେ ଚାଲିଥିବା ବେଆଇନ ଦେଶୀ ଓ ବିଦେଶୀ ମଦ କୋଟି ଉଚ୍ଛେଦ,କୋଟାଗାଁ ମୁଖ୍ୟ ଆର.ଡି ରାସ୍ତାରେ ବେଆଇନ ଜବରଦଖଲ ହେତୁ ଅଣଓଷାରିଆ ହୋଇ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବା, ଏଭଳି ମୋଟ ୨୦୯ ଟି ପ୍ରମୁଖ ଅଭିଯୋଗ ଗ୍ରହଣ କରାଯାଇଥିଲା। ନୁଆଁଗାଁ ର ଭିକେରାମ ଚଣ୍ଡୀକୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ଶିବିରରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମେତ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା,କଲମପୁର ତହସିଲଦାର ସ୍ମରଣିକା ତୁଳ,ସି.ଡି.ପି.ଓ ନିର୍ବାସିନି ଦେଇ, ବିଭାଗୀୟ ଅଧିକାରୀ ବୈକୁଣ୍ଠ ବାଗ,ସହକାରୀ ଯନ୍ତ୍ରୀ କିରଣ କୁମାର ଷଣ୍ଢ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଖିତିଶୁତା ମେହେର,କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ରମ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ଉପସ୍ଥିତ ଥିଲେ। କଲମପୁର ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ,ଏସ୍.ଆଇ ଡୋଲାମଣି ବିଶି,ଏ.ଏସ.ଆଇ ଶେଖର ଜେନା ପ୍ରମୁଖ ଶିବିରରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।