ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଜେସନ ତରଫରୁ ଖାଦ୍ୟ ଓ ମାସ୍କ୍ ବଣ୍ଟନ କାର୍ଯ୍ୟକ୍ରମ।

ଭୁବନେଶ୍ଵର ୦୧/୦୭ : ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଜେସନ ତରଫରୁ ପଲ୍ଲୀ ଉନ୍ନୟନ ସେବା ସମିତି ରେ ଏ.ଓ. ଟି.ଏସ୍.ଓ ଛାତ୍ର ସଂଘ ର ଆବାହକ ଇଂ ରଶ୍ମିରଞ୍ଜନ ଦାସ ଙ୍କ ତତ୍ତ୍ଵାବଧାନରେ ସଙ୍ଗଠନର ସମସ୍ତ ସଦସ୍ୟ ଅନାଥାଶ୍ରମରେ ଥିବା ଅନ୍ତବାସୀ ଙ୍କୁ ମିଷ୍ଟାନ୍ନ, ବିସ୍କୁଟ, ମାସ୍କ୍, ସାନିଟାଇଜର , ନାପକିନ୍ ଓ ପାଠ୍ୟଉପକରଣ ପ୍ରମୁଖ ସାମଗ୍ରୀ ବଣ୍ଟନ କରିବା ସହିତ ପିଲାଙ୍କ ସହ ବିଶେଷ ମୁହୂର୍ତ୍ତ ବିତାଇଥିଲେ । ପିଲାଙ୍କୁ ବିଶ୍ୱରେ ଉଭା ହୋଇଥିବା କୋରନା ଭଲି ମହାମାରୀ ବିଷୟରେ ପିଲାଙ୍କୁ ସଚେତନ କରାଇବା ସହିତ ସାମାଜିକ ଦୂରତା ରକ୍ଷା ଦିଗରେ ମଧ୍ୟ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ଲାନେଟ୍ ଡେଭଲୋପମେଣ୍ଟ ଫାଉଣ୍ଡେସନ ସହଯୋଗରେ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଯେସନ (ଏ.ଓ. ଟି.ଏସ୍.ଓ) ଛାତ୍ର ସଂଗଠନର ଉପଦେଷ୍ଟା ଦୀପକ୍ କୁମାର ସାହୁ, ସୌମ୍ୟ ସାର୍ଥକ ରାୟ, ସହ ଉପଦେଷ୍ଟା ମୋହୀକ୍ଷିତା ମିଶ୍ର, ପ୍ରତିଷ୍ଠାତା ସଭ୍ୟ ପିନାକୀ ଦାସ, ଛାତ୍ରସଂଘ ର ପୂର୍ବତନ ସଭାପତି ଦିପ୍ତେନ୍ଦୁ ଚୌଧୁରୀ ରାଜେଶ୍ କୁମାର ନାୟକ, ପୂର୍ବତନ ସାଧାରଣ ସମ୍ପାଦକ ଦେବାଶିଷ ଦାସ, ପୂର୍ବତନ ଉପସଭାପତି ରାଜୀବ ଲୋଚନ ମହାନ୍ତି, ଜୋନାଲି କୋବି , ଆଦିତ୍ୟ ଚୈତନ୍ୟ ସାମଲ ଓ ଛାତ୍ର ନେତା ଆଲୋକ ପ୍ରଧାନ ,ସନ୍ଦୀପ ସ୍ୱାଇଁ ,ଜ୍ୟୋତିରଂଜନ ପାଲ, ଜିଜ୍ଞାଶୁ ସାହୁ, ଆନନ୍ଦ ଦିବ୍ୟଜ୍ୟୋତି ଧଳ ,ଆଶିଷ ଜେନା, ଅଶ୍ମିଁନ୍ ଆନନ୍ଦ,ସୁଧାଂଶୁ ରଞ୍ଜନ ସାହୁ,ପ୍ରିତମ କୁମାର ସାହୁ,ଦେବାଶିଷ ମହାନ୍ତି,ଅନିଶା ପ୍ରିୟଦର୍ଶିନୀ ପ୍ରଧାନ , ସାରତି ଦାସ, ସତ୍ୟରଞ୍ଜନ ଜେନା, ରଞ୍ଜନ ସେଠୀ ପ୍ରମୁଖ ସହୋଯୋଗ କରିଥିଲେ।