ବାଲିଗୁଡ଼ା, ୦୭/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଚାଷୀ ଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୃପ ଯିହୋବାରାଫା ଏହି ଧାନ କିଣିବା ପାଇଁ ସ୍ଥିର ହୋଇଥିଲା।ଏହି ଅବସରରେ ବାଲିଗୁଡ଼ା ସିଡ଼ିପିଓ ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ l ଚାଷୀ ଯେପରି ଧାନର ଉପଯୁକ୍ତ ମୂଲ୍ୟ ପାଇବେ ଓ କଟନୀ ଛଟନୀ ନ ହେବ ସେଥିପ୍ରତି ଦୃଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ l ଏଥିରେ କୁମୁଦିନୀ ମଲ୍ଲିକ ସରପଞ୍ଚ, ସମେତ ବାରଖମା , ରେବିଙ୍ଗିଆ , ସଲାଗୁଡା ଓ ସୁଡ୍ରା ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କୃଷକ ସଙ୍ଗଠନ ସଭାପତି ବଂଶୀଧର ଦାଣ୍ଡିଆ, ସଂପାଦକ ସିମଞ୍ଚଳ ପାତ୍ର, ସାନନ୍ଦ ମଲ୍ଲିକ, ଉପଦେଷ୍ଟା ବିରେନ୍ଦ୍ର କୁମାର ସାହୁ, ପରମାନନ୍ଦ ନାୟକ, ଅଗ୍ରଣୀ ଚାଷୀ , ମିଶନ ଶକ୍ତିର ସୁରେଶ କହଁର, ଏମ ବି କେ ଶିଖା ରାଣୀ ଦିଗାଲ, ବିଏଲଏଫ ସଭାପତି ମାଳା ସିନୀ ଦିଗାଲ, ସଂପାଦକ ମିନି ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।