“ସୁଶାନ୍ତ କୁମାର ମହାପାତ୍ର ନିଖିଳ ଓଡ଼ିଶା ଆଇନଜୀବି ସଂଘ ର କାର୍ଯ୍ୟକାରୀ ସଭାପତି ମନୋନୀତ l

ଅନୁଗୋଳ (ବୁଲୁ ଦଳେଇ ) ୩0/୧୨ ନିଖିଳ ଓଡିଶା ଆଇନଜୀବୀ ସଂଘ ର ୫୩ ତମ ବାର୍ଷିକ ଅଧିବେଶନ ସୁଦୂର ଉପାନ୍ତ ଅଞ୍ଚଳ ମାଲକାନଗିରି ଠାରେ ଡିସେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଚଳିତବର୍ଷ ନିଖିଳ ଓଡିଶା ଆଇନଜୀବୀ ସଂଘ ର କର୍ମକର୍ତ୍ତା ନିର୍ବାଚନୀ ବର୍ଷ ହୋଇଥିବାରୁ ୩0 ତାରିଖ ମାଲକାନଗିରି ରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନ ଆସନ୍ତା ଦୁଇବର୍ଷ ପାଇଁ ହୋଇଛି l ନିର୍ବାଚନ ଅଧିକାରୀ ଭାବେ ମାଲକାନଗିରି ଲୟର୍ସ ଆସୋସିଏସନ ର ବରିଷ୍ଠ ସଭ୍ୟ ଗୁରୁଚରଣ ମହାନ୍ତି ଓ ସହକାରୀ ନିର୍ବାଚନ ଅଧିକାରୀ ଭାବେ ବିଜୁ ସରକାର ମନୋନୀତ ହୋଇଥିଲେ l ନିର୍ବାଚନ ପ୍ରକ୍ରିୟା ସମାପ୍ତ ପରେ ନିର୍ବାଚନ ଅଧିକାରୀ ଶ୍ରୀ ମହାନ୍ତି ଆସନ୍ତା ଦୁଇବର୍ଷ ପାଇଁ ନିଖିଳ ଓଡିଶା ଆଇନଜୀବୀ ସଂଘ ର ଅଧ୍ୟକ୍ଷ ଭାବେ ଜ୍ଞାନରଞ୍ଜନ ମହାନ୍ତି, ସଭାପତି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ବିଭୂପ୍ରସାଦ ତ୍ରିପାଠୀ, ସମ୍ପାଦକ ଭାବେ ସଂଜୀବ ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ଅନ୍ୟ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ l ଆଠମଲ୍ଲିକ ଆଇନଜୀବୀ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କୁ କାର୍ଯ୍ୟକାରୀ ସଭାପତି ମନୋନୀତ କରାଯାଇଛି l ଆଠମଲ୍ଲିକ ଆଇନଜୀବୀ ଓ ବିଭିନ୍ନ ମହଲରୁ ଶ୍ରୀ ମହାପାତ୍ର ଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l