ଠାକୁରଗଡ଼,୨୫/୧୨(ବୁଲୁ ଦଳେଇ): ଠାକୁରଗଡ଼ ଥାନା ପକ୍ଷ ରୁ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଠାକୁରଗଡ଼ ଥାନା ଅଧିକାରୀ ନଟବର ନନ୍ଦ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆମ ପୋଲିସ ସମିତି ର ସଦସ୍ୟମାନେ ଉପସ୍ଥିତ ରହି ଠାକୁରଗଡ଼ ଅଞ୍ଚଳରେ ଦେଖାଯାଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ l ସାଇବର ଠକ ମାନେ କେମିତି ଠକୁଛନ୍ତି କେମିତି ଆମେ ସେଚତନ ହେବା ଏବଂ ପୋଲିସ ସହିତ ଜନସାଧାରଣ ଙ୍କ ବନ୍ଧୁତ୍ୱ ବିଷୟରେ ଆଲେଚନା କରିଥିଲେ lପ୍ରତି ମୁହୂର୍ତରେ ଭୟ ଛାଡି ପୋଲିସ୍ ଯୋଗାଯୋଗରେ ରୁହନ୍ତୁ ଏବଂ ବିଶ୍ୱାସର ସହ ଆମକୁ କ୍ରାଇମ୍ ଏବଂ କ୍ରିମିନାଲ୍ ସଂପର୍କରେ ସବୁ ସୂଚନା ଦିଅନ୍ତୁ, ଦେଖିବେ ଏ ଅଂଚଳରେ ସଂପୂର୍ଣ୍ଣ ଶାନ୍ତି ଦେଖାଦେବ । ପୋଲିସ୍ ସଦା ସର୍ବଦା ଆପଣଙ୍କ ସୁରକ୍ଷା ପାଇଁ ଚିନ୍ତିତ । ଏହି ଚିନ୍ତା ଏବଂ ଚେଷ୍ଟା ମଧ୍ୟରେ ଆପଣମାନେ ନିଜକୁ ସାମିଲ୍ କରାଇଲେ ପୋଲିସ୍ର ଶକ୍ତି ଶତଗୁଣ ବଢ଼ିବ । ଯାହା ଦ୍ୱାରା କେବଳ ଆପଣ ନୁହଁନ୍ତି ଆମ ସମାଜର ଏଥିରେ ଉନ୍ନତି ହେବ । ତେଣୁ କହାର ଭୟରେ ନ ରହି ପୋଲିସ୍କୁ ବିଶ୍ୱାସକୁ ନେବାକୁ ହେବ । ତତ୍ସହ ନୂଆଁ ଆଇନ ସଂପର୍କରେ କହିଛନ୍ତି ଯେ, ଭାରତୀୟ ସଂସଦ ନୂଆଁ ଆଇନ ଜରିଆରେ ପୋଲିସ୍କୁ ବହୁ କ୍ଷମତା ଦେଇଛନ୍ତି ଲୋକଙ୍କ ସୁରକ୍ଷା ପାଇଁ, ଏହାର ଲାଭ ଲୋକେ ନେବା ଉଚିତ, ଲୋକ ଏବଂ ଅଜ୍ଞତା କାରଣରୁ ବହୁ ଲୋକ ସାଇବର୍ ଠକ ମାନଙ୍କ ଦ୍ୱାରା ଠକି ହୋଇ ଚାଲିଛନ୍ତି । ତେଣୁ କୌଣସି କ୍ଷେତ୍ରରେ ସନ୍ଦେହ ଆସିଲେ ପୋଲିସ୍କୁ ଜଣାଇବାକୁ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଠାକୁରଗଡ଼ ଥାନା ଅଧିକାରୀ ନଟବର ନନ୍ଦ ଙ୍କ ସହିତ ଏ ଏସ ଆଇ ତ୍ରିଲୋଚନ ଖଟୁଆ, ମନୋଜ ବେହେରା, ଏସ କେ ନୁରୁଲ ହକ, ଶେଷଦେବ ସାମଲ, ଯଶୋବନ୍ତୀ ନାୟକ, ହାବିଲଦାର ଦେବେନ୍ଦ୍ର ସାହୁ, ଅରବିନ୍ଦ ବେହେରା, ବିଶ୍ୱଜିତ୍ ସିଂ ସାମନ୍ତ, ଜୟସେନ ମାଝୀ, ମିଥୁନ ପ୍ରଧାନ ଦିଗମରାଜ ପ୍ରଧାନ, ପ୍ରସନ୍ନ ବାରିକ,ଲକ୍ଷ୍ମୀ ବଜାର କମିଟି ର ସଭାପତି ଭଗବାନ ସାହୁ, ସନ୍ତୋଷ ବିଶ୍ଵାଳ,ଗଣେଶ ବଜାର କମିଟି ର ସଦସ୍ୟ ନରେଶ ପ୍ରଧାନ,କୃତିବାସପୁର ସରପଞ୍ଚ ଜୟନ୍ତ କୁମାର ସାହୁ, ଭୂତ ପୂର୍ବ ସୈନିକ ମାନସ ବିଶ୍ଵାଳ, ଦୁଃଖବନ୍ଧୁ ନାୟକ, ସମାଜ ସେବୀ ଶତ୍ରୁଘ୍ନ ସାହୁ, ଅନାମ ଚରଣ ସ୍ୱାଇଁ, ସନ୍ତୋଷ ସାହୁ ସରପଞ୍ଚ ପ୍ରତିନିଥି କୁମୁଦ ମିଶ୍ର, ଡକ୍ଟର ଅମିୟ କୁମାର ମହାନନ୍ଦ ,CDPO ତରଣିସେନ୍ ମିର୍ଦ୍ଧା ଏବଂ ଠାକୁରଗଡ଼ ଅଞ୍ଚଳର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ l