ଗୋଲାମୁଣ୍ଡା ବ୍ଲକରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।

କଳାହାଣ୍ଡି,୧୧|୧୨(ପ୍ୟାରିଲାଲ ଦୁର୍ଗା):-ଆଜି ଏକ ପବିତ୍ର ଦିନ, ଯାହାକି ଅସହାୟ ଭିନ୍ନ କ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ଶିବିର, ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ଶିବିର ଆୟୋଜନ ହୋଇଥିଲା, ଏହି ଅବସରରେ ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ ନାଏକ, ବିରେନ୍ଦ୍ର କୁମାର କହଁର, ଚନ୍ଦନ କୁମାର ବାରିକ, ଡୋଳା ମଣି ପ୍ରଧାନ, ଚନ୍ଦ୍ର ସେଖେର ମୁଣ୍ଡ, ଶ୍ୟାମ ସୁନ୍ଦର ଅଗ୍ରୱାଲସମାଜ ସେବି, ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି, କେଡିୟୁଜେ ସମ୍ପାଦକ ସୁଶାନ୍ତ ଦଳାଇ, ବନିତା ଅଘରିଆ, ପ୍ରମୁଖ ଙ୍କ ମଞ୍ଚା ରେ ଉପସ୍ଥିତ ଥିବା ବେଳେ ଅନେକ ପ୍ରକାର ସମସ୍ୟାର ସମାଧାନ ପାଇଁ ଭିନ୍ନ କ୍ଷମର ସଭାପତି ଡୋଳାମଣି ପ୍ରଧାନ ପୁଙ୍ଖନୁ ପୁଙ୍ଖ ଭାବରେ ଉଦବୋଧନ ଦେଇଥିଲେ, ଏହା ପରେ ତହସିଲଦାର ଚନ୍ଦନ ନାଏକ, ବିରେନ୍ଦ୍ର କୁମାର କହଁର, ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ସୁନ୍ଦର ଭାବେ ପ୍ରଦାନ କରିଥିଲେ, ଏହି ସମାରୋହର ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରକାର ଭିନ୍ନ କ୍ଷମ ବ୍ୟକ୍ତି ମାନଙ୍କୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥଲେ।