ପତିତପାବନ ବାଣୀ ମନ୍ଦିର ୧୯୯୪ ବ୍ୟାଚ଼୍ ର ଦ୍ବିତୀୟ ବାର୍ଷିକ ବନ୍ଧୁ ମିଳନ

ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିର ର ୧୯୯୪ ବ୍ୟାଚ୍ ର ଛାତ୍ରଛାତ୍ରୀ ମାନଙ୍କ ସମୂହ ପ୍ରଚ଼େଷ୍ଟା ରେ ଦ୍ବିତୀୟ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ୮ ଡ଼ିସେମ୍ବର ୨୦୨୪ ମସିହା ରବିବାର ଦିନ ପଙ୍କାଳ ସ୍ଥିତ ଷଣ୍ଢା ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ବନ୍ଧୁ ମାନେ ବିଦ୍ୟାଳୟ ଜୀବନର ଅଭୁଲା କାହାଣୀ ମନେ ପକାଇବା ସହ ବଣଭୋଜି କରି ଆନନ୍ଦ ଉଲ୍ଲାସର ସହ ବିଶେଷ ମୂହୁର୍ତ୍ତ ଅତିବାହିତ କରିଥିଲେ।ଏକ ସବୁଜ ସୁନ୍ଦର ପରିବେଶ ପାଇଁ ବୃକ୍ଷରୋପଣ ଜରୁରୀ,ଏହାକୁ ଦୃଷ୍ଟିରେ ରଖି ସମସ୍ତେ ବୃକ୍ଷରୋପଣ କରିଥିଲେ।