କଳାହାଣ୍ଡି,୭/୧୨(ପ୍ୟାରୀ ଲାଲ ଦୁର୍ଗା)-: କଳାହାଣ୍ଡିର କଳା ସଂସ୍କୃତି ଐତିହ ପରମ୍ପରା ଓ ଭାଇଚାରା ସମ୍ପକର ମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହାସମାରୋହରେ ପାଳନ ନିମନ୍ତେ ଆଜି ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥିତ ସଦଭାବନା ସଭାଗୃହରେ ଉପ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଉପଖଣ୍ଡ ସଂସ୍କୃତି ପରିଷଦ ଧିମାନ ଚକମା ଙ୍କ ଅଧ୍ୟକ୍ଷୟତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଉପଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରତିବର୍ଷ ଭଳି ଆଗାମୀ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା କିପରି ଶାନ୍ତି ଶୃଙ୍ଖଳା ସହିତ ଭାଇଚାରା ସମ୍ପର୍କକୁ ବଜାଇରଖି ମହାସମାରୋହରେ ଆସନ୍ତା ତା. ୧୫.୦୧.୨୦୨୫ ଠାରୁ ତା. ୧୭.୦୧.୨୦୨୫ ପର୍ଯ୍ୟନ୍ତ ପଂଚାୟତ ପଡିଆ ଧର୍ମଗଡଠାରେ ପାଳନ କରାଯିବ |ସେଥିରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । କଳାହାଣ୍ଡି ମହୋତ୍ସବ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇବା ପାଇଁ ଓ ଅଧିକ ସରସ ସୁନ୍ଦର କରିବା ପାଇଁ ଏଥିପାଇଁ ଆବଶ୍ୟକ ବିଭିନ୍ନ କମିଟି, ସବକମିଟି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୂର୍ବବର୍ଷ ଭଳି ଆଗାମୀ କଳାହାଣ୍ଡି ଉତ୍ସବ–୨୦୨୫ ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ସ୍ତରରେ ଉପଖଣ୍ଡ ସଂସ୍କୃତି ପରିଷଦ ଦ୍ଵାରା ନିର୍ଦ୍ଧାରିତ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ପାତ୍ର, ତହସିଲଦାର ସଞ୍ଜୟ ସାମନ୍ତରାୟ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ବେହେରା, ଆଇ ଆଇ ସି ଦାମୋଦର ବିହାରୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବବିତା ପଟ୍ଟଯୋଶୀ, ଧର୍ମଗଡ ଏନଏସି ର ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧକ୍ଷା ଶ୍ରୀମତୀ ମନୀଷା ମିଶ୍ର, ଇଓ ଚନ୍ଦ୍ର କାନ୍ତ ବେହେରା, ଉପଖଣ୍ଡ ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ସବକମିଟିର ସମସ୍ତ କର୍ମକର୍ତ୍ତା, ସଭ୍ୟ,ଉପଖଣ୍ଡ ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସମସ୍ତ ଙ୍କର ମତାମତ କୁ ପ୍ରାଧାନ୍ୟ ଦେଇ ଉତ୍ସବ ପାଳନ ର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଧର୍ମଗଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।