ଖତ ଖାଉଛି ବନ୍ଧଗଡ଼ ଗ୍ରାମୀଣ ପାର୍କ, ସାଜିଛି ମଦ୍ୟପଙ୍କ ଆଡାସ୍ଥଳୀ

କନ୍ଧମାଳ, ୦୫/୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ତରଫରୁ ଖେଳ କୁଦ ସହ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପଞ୍ଚାୟତରେ ଗ୍ରାମୀଣ ପାର୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପାର୍କ ନିର୍ମାଣ କରାଯାଇଛି l କିନ୍ତୁ ଆଜି ପର୍ଯ୍ୟନ୍ତ ଖେଳ କୁଦ ଓ ବ୍ୟାୟାମ ପାଇଁ ଉଦ୍ଧିଷ୍ଟ ଗ୍ରାମୀଣ ପାର୍କ କେଉଁଠି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ଲକ୍ଷାଧିକ ଟଙ୍କାର ସରଞ୍ଜାମ ଖତ ଖାଉଛି ତ କେଉଁଠି ଗ୍ରାମୀଣ ପାର୍କ ନିର୍ମାଣ ନ ହୋଇ ଅଧା ପନ୍ତରିଆ ପଡ଼ି ରହି ମଦ୍ୟପ ଙ୍କ ଆଡା ସ୍ଥଳୀ ପାଲଟି ଥିବା ଦେଖିବାକୁ ମିଳୁଛି l ଏମିତି ଏକ ଅଧାପନ୍ତରିଆ ହୋଇ ପଡ଼ି ରହି କାର୍ଯ୍ୟରେ ଲାଗୁନଥିବା ପାର୍କ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ମୁଖ୍ୟାଳୟ ନିକଟରେ ନିର୍ମାଣ କରା ଯାଉଥିବା ପାର୍କ ରେ l ବନ୍ଧଗଡ଼ ଠାରେ ନିର୍ମାଣ କରାଯାଉଥିବା ଏହି ପାର୍କ ଗତ ୨୦୨୧ – ୨୦୨୨ ମସିହାରେ ଅର୍ଥ ଅନୁଦାନ ଦିଆ ଯାଇଥିଲା ଓ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରା ଯିବା ସହ ପାର୍କ ର ଚତୁର୍ପାର୍ଶ୍ୱରେ ସୁରକ୍ଷା ପାଚେରୀ ନିର୍ମାଣ ସହ ପାର୍କ ର ଗେଟ ଓ ପାର୍କ ଭିତରେ ମଧ୍ୟ ବିଭିନ୍ନ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯାଇଥିଲା l ଲକ୍ଷାଧିକ ଟଙ୍କାର ନିର୍ମାଣ ଧୀନ ଅର୍ଦ୍ଧ ନିର୍ମିତ ବନ୍ଧ ଗଡ଼ ଗ୍ରାମୀଣ ପାର୍କ ଏବେ କାମରେ ନ ଲାଗି ଖତ ଖାଇବାକୁ ବସିଛି l ନିର୍ମାଣ କରାଯାଇଥିବା ପାଚେରୀ ମଧ୍ୟ ନଷ୍ଟ ହେବାକୁ ଥିବା ବେଳେ ପାର୍କ ନିର୍ମାଣ ନ ସରି ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ଭଳି ନଷ୍ଟ ହେଉଛି l ଅନ୍ୟପଟେ ଏହି ପାର୍କ ନିର୍ମାଣ ଆରମ୍ଭ ର ୩ ବର୍ଷ ବିତିଯାଇଥିଲେ ମଧ୍ୟ ପାର୍କ କାମ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ମଧ୍ୟ ଜଣା ପଡ଼ୁ ନାହିଁ l ବର୍ତ୍ତମାନ ପାର୍କ ର ଭିତରେ ମଦ୍ୟପ ମାନଙ୍କ ଆଡା ସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି l ପାର୍କ ର ଭିତରେ କେବଳ ମଦ ବୋତଲ, ଭଙ୍ଗା ମଦ ବୋତଲ ପାଣି ବୋତଲ, ଗ୍ଲାସ ଗଦା ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଅଞ୍ଚଳରେ ଦୌରାତ୍ମ୍ୟ ବଢିଥିବା ବେଳେ ଚୋରି, ଡକାୟତି ବଢିଥିବାରୁ ଅଞ୍ଚଳ ରେ ଅସନ୍ତୋଷ ଦେଖିବାକୁ ମିଳିଛି l ପାର୍କର ଅତି ନିକଟରେ ଦିଆ ଭଞ୍ଜ ଉଚ୍ଚ ବିଦ୍ୟାଳୟ ସହ ବନବାସି ସେବାଶ୍ରମ, ସ୍ୱାତୀ ଅନୁଷ୍ଠାନ, ରହିଥିବା ବେଳେ ମଦ୍ୟପ ଙ୍କ ଦୌରାତ୍ମ୍ୟ ବଢିଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଏହି ପାର୍କ କୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରି ବାରୁ ବର୍ତ୍ତମାନ ପାର୍କ ନିର୍ମାଣ ପାଇଁ କୌଣସି ଅନୁଦାନ ଆସିନାହିଁ l ବିଭିନ୍ନ ପଞ୍ଚାୟତ ରେ ନିର୍ମାଣ କରାଯାଇଥିବା ପାର୍କ ଅଧାପନ୍ତରିଆ ଅବସ୍ଥାରେ ରହିଛି କିଭଳି ଅର୍ଦ୍ଧ ନିର୍ମିତ ପାର୍କ ନିର୍ମାଣ କରାଯାଇ ପାରିବ ସେ ନେଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ଅନ୍ୟ ପଟେ ଅଞ୍ଚଳ ବାସି ତୁରନ୍ତ ଏହି ପାର୍କ କାର୍ଯ୍ୟ ତ୍ୱରାନ୍ୱିତ ସହ ସମାପ୍ତ କରିବାକୁ ଦାବୀ କରିଛନ୍ତି l