ଧର୍ମ ପ୍ରାଣ ମହିଳାଙ୍କ ପରଲୋକ।

ଠାକୁରଗଡ଼,୦୩.୧୨(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ରୁକ୍ମିଣୀ ଖୁଣ୍ଟିଆ (୯୯) ଙ୍କର୍ ମଙ୍ଗଳବାର ପୂର୍ବାହ୍ନରେ ପରାଲୋକ ଘଟିଛି। ସେ ଠାକୁରଗଡ଼ ଗ୍ରାମ ପଞ୍ଚାୟତ ଅଧୀନ ପ୍ରାୟ ଗାଁ ରେ ଜଣେ ଜଣାଶୁଣା ଧର୍ମ ପରାୟନା ମହିଲଭାବେ ଲୋକଙ୍କ ପାଖରେ ସବୁବେଳେ ଥିଲେ। ତାଙ୍କ ମୃତ୍ୟୁ ଖବର୍ ପାଇ ଜଣା ଶୁଣା ବ୍ୟକ୍ତିବିଶେଷ, ପରିବାର ଲୋକ, ଆତ୍ମୀୟ ସ୍ୱଜନ ୩ ପୁଅ ୩ ଝିଅ, ନାତି ନାତୁଣୀ, ନାତୁଣୀ ବୋହୂ ଉପସ୍ଥିତ ଥିଲେ। ଗ୍ରାମ୍ୟ ଶ୍ମଶାନ ରେ ତାଙ୍କ ସବାସତ୍କର କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ସ୍ବର୍ଗତ ଖୁଣ୍ଟିଆ ହେଉଛନ୍ତି ଓଡିଆ ଦୈନିକ ସମୟ ଖବର କାଗଜର ଠାକୁରଗଡ଼ ପ୍ରତିନିଧି ଅଶ୍ୱିନୀ ଖୁଣିଆ ଙ୍କ ଜେଜେ ଆଇ ।