ଠାକୁରଗଡ଼ କାର୍ତିକେଶ୍ଵର ପୂଜା ମଣ୍ଡପ ବୁଲିଲେ ବିଜେପି ଜିଲ୍ଲା ଉପ ସଭାପତି ଅର୍ଜୁନ ସାହୁ

ଠାକୁରଗଡ଼,୧୩/୧୧(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼, ବରପାଲି ଓ ସିଆରୀ ମଲିହା ରେ ବଡ଼ ଧୁମ୍ ଧାମରେ ପ୍ରଭୁ କାର୍ତିକେଶ୍ୱର ପୂଜା ପାଳିତ ହେଉଛି। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁ ଭକ୍ତମାନେ ଅନ୍ନ ପ୍ରସାଦ ପାଇ ନିଜକୁ ଧନ୍ୟ ମନେ କରୁଥିବା ଦେଖିବାକୁ ମିଳୁଛି। ମଙ୍ଗଳ ବାର ସନ୍ଧ୍ୟାରେ ବରପାଲି ଓ ଶିଆରୀ ମାଳିହା ଗ୍ରାମରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଅର୍ଜୁନ କୁମାର ସାହୁ ଯୋଗ ଦେଇ ପ୍ରଭୁ କୃପା ଲାଭ କରିବା ସହ ବୁଧବାର ଦିନ ଠାକୁରଗଡ଼ ପୂଜା ମଣ୍ଡପ ବୁଲି ଦେଖିଥିଲେ। ତାଙ୍କ ସହ ବିଜେପି ମଣ୍ଡଳ ସଭାପତି ସୁଜିତ୍ କୁମାର ଦେହୁରୀ ଓ ଅନ୍ୟ ମାନେ ଯୋଗ ଦେଇ ଥିଲେ। ସାହୁ ଠାକୁରଗଡ଼ ପୂଜା ମଣ୍ଡପ ନିକଟରେ ପହଁଚିବା ପରେ କମିଟି ସଭାପତି ପଞ୍ଚାନନ ସାହୁ, ସମ୍ପାଦକ ବିକାଶ ଖୁଣ୍ଟିଆ, ବିକ୍ରମ ବାଘ, ଇନ୍ଦ୍ରମଣି ଶିଠ, ପିଣ୍ଟୁ ସାହୁ ପ୍ରମୁଖ ପାଛୋଟି ନେଇଥିଲେ।

https://biplabnews.com/wp-content/uploads/2024/11/000000.mp4