ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ କ୍ରିୟାସକ୍ରିତିକ

ଆଠମଲ୍ଲିକ ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଲିପିଲୋଇ ଗ୍ରାମର ୫ ବର୍ଷ ର ବାଳକ କ୍ରିୟାସକ୍ରିତିକ ନାଏକ ୨୦୨୪ ବର୍ଷ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ର ଅଧିକାରୀ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଥିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣାଯାଇଛି l ବାପା କାଳନ୍ଦୀ ନାଏକ ଓ ମା ସ୍ମୃତିରେଖା ରାଜହଂସ ଙ୍କ ପୁଅ ହେଉଛନ୍ତି କ୍ରିୟାସକ୍ରିତିକ l ସେ ଆଠମଲ୍ଲିକ ରେ ଏକ ଘରୋଇ ବିଦ୍ୟାଳୟ ର ଏଲ.କେ.ଜି ଛାତ୍ର ଅଟନ୍ତି l ଗତ ୩ ସେପ୍ଟେମ୍ବର ୨୦୧୯ ରେ ଲିପିଲୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା କ୍ରିୟାସକ୍ରିତିକ ର ଅସାଧାରଣ ସ୍ମରଣଶକ୍ତି ଓ ପାଠପଢା ପ୍ରତି ପ୍ରବଳ ଆଗ୍ରହ ଜଣାପଡିଥିଲା ଶୈଶବରୁ l ତାଙ୍କର ଆଗ୍ରହ ଓ ବିଚକ୍ଷଣ ସ୍ମୃତିଶକ୍ତି ପାଇଁ ମା ସ୍ମୃତିରେଖା ନିଜର ଶିକ୍ଷକତା କାର୍ଯ୍ୟ ବ୍ୟସ୍ତତା ଓ ପରିବାର ମଧ୍ୟରୁ ସମୟ ବାହାର କରି ତାଙ୍କୁ ବିଭିନ୍ନ ସମୟରେ ପାଠ ପଢାଇଥାନ୍ତି l କ୍ରିୟାସକ୍ରିତିକ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଅତିସୁନ୍ଦର ଭାବେ ପାରଦର୍ଶିତା ଲାଭ କରିଛନ୍ତି l ମା ତାଙ୍କର ବିଚକ୍ଷଣ ସ୍ମୃତିଶକ୍ତି କୁ ଦେଖି ଅନଲାଇନ ରେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ପରୀକ୍ଷା ଦେବାପାଇଁ ତାଙ୍କୁ ପ୍ରସ୍ତୁତ କରିଥିଲେ l ଶେଷରେ ମାଙ୍କ ପ୍ରଚେଷ୍ଟା ରେ କ୍ରିୟାସକ୍ରିତିକ ଇଣ୍ଡିଆ ବୁକ ଅଫ ରେକର୍ଡ ୨୦୨୪ ର ଅଧିକାରୀ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ସେ ବଡ଼ ହୋଇ ଭଲ ପାଠପଢି ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି l ଏକ ଗ୍ରାମରେ ଜନ୍ମଲାଭ କରି ମାତ୍ର ୫ ବର୍ଷ ବୟସ ରେ ଶିକ୍ଷା କ୍ଷେତ୍ର ରେ ଏଭଳି ରେକର୍ଡ ର ଅଧିକାରୀ ହୋଇ ପାରିଥିବାରୁ ଆଠମଲ୍ଲିକ ର ବିଭିନ୍ନ ଅଞ୍ଚଳରୁ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଆସୁଥିବା ଜଣାଯାଇଛି l