ଆଠମଲ୍ଲିକ,(ବୁଲୁ ଦଳେଇ) ଆଠମଲ୍ଲିକ ଉପଖଣ୍ଡ ଅଲେଖପୁର ଗ୍ରାମରେ ମା ପଦ୍ମାଳୟା ପୂଜା କମିଟି ପକ୍ଷରୁ ବଡ ଧୁମ୍ ଧାମରେ ଆନନ୍ଦ ଉଲ୍ଲାସର ସହିତ ମା ଧନଦାତ୍ରୀ ଙ୍କ ପୂଜା ଉତ୍ସବ ପାଳନ ହେଉଅଛି। ଏହି ପୂଜା ଆଜି ୨୮ ବର୍ଷରେ ପଦାର୍ପଣ କରିଛି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ଅନୁଷ୍ଠିତ ହେଉଥିବା ବେଳେ ଅସ୍ଥାୟୀ ଦୋକାନ ବଜାର ଖୋଲାରହିଛି। ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖି ଠାକୁରଗଡ଼ ଥାନା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କମିଟି ସଭାପତି ଈଶ୍ୱର ଚନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ସମସ୍ତ ସଦସ୍ୟ ମାନେ ପୂଜା ପରିଚାଳନା କରୁଥିବା ବେଳେ ପୂଜକ ଭାବେ ପ୍ରଶାନ୍ତ କୁମାର ଶତପଥୀ ଓ କର୍ତ୍ତା ଭାବେ ପବନା ପ୍ରଧାନ ଦାୟିତ୍ଵ ନିର୍ବାହ କରୁଛନ୍ତି। ଏହି ପୂଜା ୧୦ ଦିନ ଧରି ଚାଲିବ ଓ ୨୫ ତାରିଖ ଦିନ ଭସାଣି ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ କୁହାଯାଇଛି।