କଂସାରିଗୁଡ଼ା ଆଲୁମିନା କାରଖାନା ପ୍ରତିଷ୍ଠାରେ ବାସହରା ହୋଇ ଥିବା 16 ପରିବାର କୁ ମିଳୁନି ଡିପି ମାନ୍ୟତା ନେଇ ସାମ୍ବାଦିକ ସମ୍ମିଳନୀ

କାଶୀପୁର,27/10(ପ୍ରଫୁଲ୍ଲ କୁମାର ବେହେରା) କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତ ଅନ୍ତର୍ଗତ କଂସାରିଗୁଡ଼ାଠାରେ ହେବାକୁଥିବା ରିଫାଇନାରୀ ଆଲୁମିନା ପ୍ରକଳ୍ପ ପ୍ରତିଷ୍ଠାରେ ଜମି ଏବଂ ବାସଗୃହ ହରାଇ ଥିବା 16 ପରିବାରକୁ ଡିପି ମାନ୍ୟତାରୁ ବଞ୍ଚିତ କରାଯାଉ ଥିବାର ଅଭିଯୋଗ କରାଯାଇଛି ।ପ୍ରକଳ୍ପ କ୍ଷତିଗ୍ରସ୍ତ ପରିବାରଙ୍କ ହକ ଅଧିକାରରୁ ସରକାର ବଞ୍ଚିତ କରୁ ଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ।ଜିଲ୍ଲା ପ୍ରଶାସନ ସହିତ ସଂପୃକ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପାତରଅନ୍ତର ନୀତି ପ୍ରତ୍ୟାହାର ନ କଲେ ସମୂହ ଆତ୍ମାହୁତି ଦେବାକୁ ପଚାଇବୁ ନାହିଁ ବୋଲି ଚେତାବନୀ ଦିଆଯାଇଛି ।ସୂଚନାଯୋଗ୍ୟ,ଗତ2005ମସିହାରେ ଟିକିରି ଅଞ୍ଚଳର କିଛି ଜଣ କଂସାରିଗୁଡ଼ା ଗ୍ରାମର ଗୌରାଙ୍ଗ ଚୌଧୁରୀ ଏବଂ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀଙ୍କ ଠାରୁ ଘରବାରି କିସମର ଜମି କିଣି ଘର ତିଆରି କରି ରହିଥିଲେ ।ପରବର୍ତ୍ତୀ ସମୟରେ ଆଦିତ୍ୟବିର୍ଲାପକ୍ଷରୁ କଂସାରିଗୁଡ଼ା ଗ୍ରାମ ଠାରେ ରିଫାଇନାରୀ ଆଲୁମିନା ପ୍ରକଳ୍ପ ସ୍ଥାପନରେ ସର୍ଭେ କରାଯାଇ ଉକ୍ତ ଜମିକୁ ଅଧିଗ୍ରହଣ କରଯାଇଥିଲା ।ଏହି ସମୟରେକମ୍ପାନୀରେ ଆତ୍ମ ନିଯୁକ୍ତି ମିଳିବା ଏବଂ ଅଞ୍ଚଳରବିକାଶ ନେଇ ବିନା ଦ୍ବିଧାରେଜମି ହସ୍ତାନ୍ତର କରି କ୍ଷତିପୂରଣ ବାବଦରେ ଅର୍ଥକୁ ଗ୍ରହଣ କରିଥିଲେ ଅଞ୍ଚଳ ବାସୀ।ଗତ ଦିନରେ ବାସଚ୍ୟୁତଙ୍କତାଲିକାରେ ଉକ୍ତ 16ଟି ପରିବାରର ନାଁ ରହିଥିଲା ।କିନ୍ତୁ ପରବର୍ତ୍ତୀ ସମୟରେ ଡିପି ତାଲିକାରୁଆମ୍ଭ ମାନଙ୍କୁ ବାଦ ଦିଆ ଯାଇଛି ବୋଲି ଲମ୍ବୋଦର ପଣ୍ଡାସହିତ ଅନ୍ୟ ମାନେଗଣ ମାଧ୍ୟମଆଗରେ ଅଭିଯୋଗ କରିଥିଲେ।କାରଖାନା ପ୍ରତିଷ୍ଠାରେ ବିଳମ୍ବ ହେଉ ହେବାରୁ କମ୍ପାନୀ ପକ୍ଷରୁ ଡିପି ପରିବାରକୁ 2010 ମସିହାରୁ ମାସିକ ଭତ୍ତା ଆକାରରେ କିଛି ଆର୍ଥିକସାହାଯ୍ୟ ପ୍ରଦାନ କରା ଯାଉଛି । କିନ୍ତୁ ଆମ୍ଭେଉକ୍ତ ପ୍ରାପ୍ୟ ପାଇବା ପାଇଁ କମ୍ପାନୀ ନିକଟରେ ଆବେଦନ କରି ବାରୁ ତାଲିକାରେ ନାଁ ଥିବାର ଆଳ ଦେଖାଇ ଫେରାଇ ଦେଇଥିଲେ । ଗତ ଦିନରେ ଏ ସମ୍ପର୍କରେ ପ୍ରଶାସନର ଦ୍ବାରସ୍ଥ ହୋଇ ଥିଲୁ । କିନ୍ତୁ ଡିପି, ମାନ୍ୟତା ପାଇବାରେ ବିଭିନ୍ନ ସମୟରେ ଭୂ-ଅର୍ଜନଅଧିକାରୀ ସହିତ ଜିଲ୍ଲାପାଳ,ଆରଡ଼ିସି ପ୍ରମୁଖଙ୍କ ଠାରେ ବାରମ୍ବାର ଗୁହାରିକରିବା ପରେ ମଧ୍ୟ କୌଣସି ପଦକ୍ଷେପଗ୍ରହଣ କରାଯାଉ ନ ଥିବାର ସୁଶାନ୍ତକୁମାର ଷଡଙ୍ଗୀ, ସୁରେଶଚନ୍ଦ୍ର ଷଡଙ୍ଗୀ,ଲମ୍ବୋଦର ପଣ୍ଡା, ଗଙ୍ଗା ଧରସେନାପତି,ମୁକ୍ତି କାନ୍ତ ବେହେରା, ପବିତ୍ର କର, ମମତା ସାହୁ, ରାଧା କାନ୍ତ ରଥ, ଶଙ୍କର ନାରାୟଣ ମିଶ୍ର, ଆରତି କର, ଅନିତା ରାଣୀ ପଣ୍ଡା, ଗିରିଶ ଚନ୍ଦ୍ର ପଣ୍ଡା, ପଦ୍ମନାଭ ସାହୁ, ଦିଗମ୍ବର ସାହୁ, ଅଛଵ ସ୍ୱାଇଁ,ଭଗବାନ ଚନ୍ଦ୍ର ଦାଶ କହିଛନ୍ତି ।

https://biplabnews.com/wp-content/uploads/2024/10/0000000000.mp4