ବ୍ରହ୍ମାକୁମାରୀ ବ୍ରହ୍ମପୁର ସବଜୋନ୍ ମୁଖ୍ୟ ସଞ୍ଚାଳିକା ମଞ୍ଜୁ ଦିଦିଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା :

ବ୍ରହ୍ମପୁର, ୧୭/୧୦ : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟର ବ୍ରହ୍ମପୁର ସବ୍‌ଜୋନ ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ବୁଧବାର ପ୍ରାତଃ ଘ.୩.୫୦ ମି. ସମୟରେ ୮୦ ବର୍ଷ ବୟସରେ ସ୍ବର୍ଗ ଆରୋହଣ ହୋଇଯାଇଛି ।
ଏହି ଖବର ଶୁଣି ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ମନ୍ତ୍ରୀ ବିଭୂତି ଜେନା ଶୋକ ବ୍ୟକ୍ତ କରିବା ସହ ରାମଚନ୍ଦ୍ରପୁର ସ୍ଥିତ ଓମ୍ ଶାନ୍ତି ପ୍ରଭୁ ଉପହାର ରିଟ୍ରେଟ୍ ସେଣ୍ଟର୍ ରେ ପହଞ୍ଚି ବ୍ରହ୍ମ କୁମାରୀଙ୍କର ପାର୍ଥିବ ଶରୀର ନିକଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମନ୍ତ୍ରୀ ଶ୍ରୀ ଜେନା ନିଜର ବାର୍ତ୍ତାରେ କହିଥିଲେ ଯେ ସେ ଜଣେ ସୁସଂସ୍କୃତ ସମ୍ପନ୍ନା, ମିଷ୍ଟଭାଷିନୀ, ବାଗ୍ମୀ, ଜ୍ଞାନୀ ତଥା ଅସାଧାରଣ ଶକ୍ତି ସମ୍ପନ୍ନା ମହିଳା ଥିଲେ । ସେ ରାଜଯୋଗ ସାଧନାରେ ସିଦ୍ଧହସ୍ତା ଥିଲେ । ବହୁ ବ୍ୟକ୍ତିଙ୍କ ଚିତ୍ତାନବୃତୁ ସୁଧାରିବାରେ ଦିଦିଙ୍କର ସାରସ୍ଵତ ଜୀବନ ଥିଲା ।
ସାମାଜିକ ପରିବର୍ତ୍ତନରେ ଦିଦିଙ୍କର ପୂର୍ଣ୍ଣ ଜୀବନ ସମର୍ପିତ ଥିଲା । ତାଙ୍କର ଜନହିତକର କାର୍ଯ୍ୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ ।