ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ମାଳମାଳ ସମସ୍ୟା,ରୋଗୀ ସେବା ପାଇବେ କିପରି

ଦାରିଙ୍ଗବାଡି,୨୫/୯(ତରଣୀ ସାହୁ): ବାହାରେ ଦେଖିବାକୁ ଭାରି ସୁନ୍ଦର । ହେଲେ ସମସ୍ୟା ଦେଖିଲେ ଲାଗୁଚି ସ୍ବାସ୍ଥ୍ୟ ସେବା ଚାଲିଛି ନା ନାଇ । ମାଳମାଳ ସମସ୍ୟା ଦେଇ ଗତି କରୁଛି ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର । ୨୫ ଗୋଟି ପଞ୍ଚାୟତର ୧ ଲକ୍ଷ ରୁ ଉର୍ଦ୍ଧ ଲୋକ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ଉକ୍ତ ମେଡ଼ିକାଲ କୁ ଗତ ବର୍ଷ ୫ଟି ରେ ସାମିଲ କରାଯାଇ ଏହାକୁ ରୂପାନ୍ତରିକରଣ କରାଗଲା । ନୂଆଁ ନୂଆଁ ବିଲ୍ଡିଂ ହେଲା । ଗେଟ୍ ମଧ୍ୟ ନୂଆଁ ହେଲା । ତା ସାଙ୍ଗ କୁ କଲର ମରାଯାଇ ପୁରା ଚକାଚକ କରାଗଲା । ହେଲେ ମୁଖ୍ୟ କଥା ହେଲେ ଏଠି ନୂଆଁ ଡକ୍ଟର କିମ୍ବା ବିଶେଷଜ୍ଞ ନିଯୁକ୍ତି ଦିଆଗଲା ନାହିଁ । ପ୍ରତ୍ୟେକ ଦିନ ଉକ୍ତ ମେଡ଼ିକାଲ କୁ ୪୫୦ ରୁ ଉର୍ଦ୍ଧ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ମେଡ଼ିକାଲ ଇନଚାର୍ଜ ଙ୍କୁ ବାଦ୍ ଦେଲେ ୪ ଜଣ ଡକ୍ଟର ରହିଛନ୍ତି । କୌଣସି ବିଶେଷଜ୍ଞ ନାହାନ୍ତି । ଫଳରେ ବିଗତ ଦିନରେ ଏକାଧିକ ମହିଳା ଙ୍କ ଜୀବନ ଯାଇଥିବା ମଧ୍ୟ ନଜିର ରହିଛି । ସୋମବାର ଦିନ କନ୍ଧମାଳ ସାଂସଦ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତରେ ଆସିଥିବା ବେଳେ ମେଡ଼ିକାଲ ଇନଚାର୍ଜ ଡ଼କ୍ଟର ଜାକେସ ସାମନ୍ତରାୟ ଙ୍କ ସହ ରୋଗୀ ସେବା ନେଇ ଆଲୋଚନା କରିଥିବା ବେଳେ ରହିଥିବା ସମସ୍ୟା ବାବଦରେ ମେଡ଼ିକାଲ ଇନ୍ ଚାର୍ଜ ଲିଖିତ ଭାବେ ସାଂସଦ ଙ୍କୁ ପ୍ରଦାନ କରିଥିଲେ । ଗୋଟିଏ ମହିଳା ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଗୋଟିଏ ଶିଶୁ ରୋଗ ବିଶେଷଜ୍ଞ,୩ ଟି ଡକ୍ଟର, ଗୋଦାପୁର ମେଡ଼ିକାଲରେ ମେଡ଼ିକାଲ ଅଫିସର ନିଯୁକ୍ତି, ସିର୍କାବର୍ଗ ନିମନ୍ତେ ଅତିରିକ୍ତ ଏଏନଏମ ନିଯୁକ୍ତି, ସଫେଇ ଓ ସୁରକ୍ଷା ଗାର୍ଡ ନିଯୁକ୍ତି, ଅନ୍ତଃବିଭାଗର ଶୌଚାଳୟ ମରାମତି, ପାଣି ଟାଙ୍କୀ ନିର୍ମାଣ ଓ ସିମନବାଡ଼ି, ମାର୍ଦିପଙ୍କା, ସିକରମାହା, ବ୍ରାହ୍ମଣୀଗାଁ ଓ ବୁଡ଼ାଗୁଡ଼ା ରେ ବହୁ ଦିନ ଧରି ଖାଲି ରହିଥିବ ଫାର୍ମାସିଷ୍ଟ ପଦବୀ ପୂରଣ ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କ ରେ ମେଡ଼ିକାଲ ଇନଚାର୍ଜ କନ୍ଧମାଳ ସାଂସଦ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏତେ ସମସ୍ୟା ଥାଇ ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହ ବ୍ଲକ ଅଞ୍ଚଳରେ ରହିଥିବା ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ରୋଗୀ ସେବା କିଭଳି ହେଉଛି ତାହା ଏଥିରେ ସ୍ପଷ୍ଟ ବାରି ହେଉଛି । ଖାଲି ଯେ ମେଡ଼ିକାଲର ରୂପାନ୍ତରିକରଣ ହୋଇ ଗଲେ ରୋଗୀ ମାନେ ଉତ୍କୃଷ୍ଟ ମାନର ସେବା ପାଇବେ ତାହା ନୁହଁ ତା ସାଙ୍ଗ କୁ ବିଶେଷଜ୍ଞ ପଦବୀ ଓ ଡକ୍ଟର ପଦବୀ ପୂରଣ ସହ ଅନ୍ୟ ପଦବୀ ପୂରଣ ଓ ଆନୁସଙ୍ଗିକ ବ୍ୟବସ୍ଥା ରହିଲେ ହିଁ ରୋଗୀ ସଠିକ୍ଦ ସେବା ପାଇବେ ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି ।