ଦାରିଙ୍ଗବାଡି,୨୩/୯(ତରଣୀ ସାହୁ): ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ରେ ଦାରିଙ୍ଗବାଡି ସରପଞ୍ଚ ସଂଘ ପ୍ରଥମେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିବା ବେଳେ ଗତ ୨୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ସଂଘ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ସୋମବାର ଦିନ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ଦାରିଙ୍ଗବାଡି ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଓ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବାବଦ କୁ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତ କୁ ୩ ଲକ୍ଷ ଲେଖାଏଁ ପ୍ରଦାନ କରିଥିବା ବେଳେ ତାହାକୁ ସମସ୍ତ ପଞ୍ଚାୟତ ସଠିକ୍ ଭାବେ ପାଇନଥିବା ବେଳେ ଏଥିରେ ମଧ୍ୟ ଦୁର୍ନୀତି ହୋଇଥିବା ମୁଖ୍ୟମନ୍ତ୍ରୀ ଓ ସାଂସଦ କୁ ସଂଘ ଅଭିଯୋଗ କରିଛି । ଏଥି ସହିତ ସୁଭଦ୍ରା ଯୋଜନା ଓ ପିଏମ୍ ବିଶ୍ଵକର୍ମା ଯୋଜନା କର୍ମଶାଳାରେ ବିଡ଼ିଓ ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିବା ସହ ପୂର୍ବରୁ ଅନ୍ୟ ସରପଞ୍ଚ ମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସଂଘ ମୁଖ୍ୟମନ୍ତ୍ରୀ ଓ ସାଂସଦ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଉକ୍ତ ଘଟଣା ନେଇ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଗତ ୩ ତାରିଖ ଦିନ ଅଭିଯୋଗ ପ୍ରଦାନ କରାଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବିଡ଼ିଓ ଙ୍କ ଯଥା ଶୀଘ୍ର ଜିଲ୍ଲା ବାହାରକୁ ବଦଳି ସହ ହୋଇଥିବା ଦୁର୍ନୀତି ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସାଂସଦ ଙ୍କ ପାଖରେ ସଂଘ ପକ୍ଷରୁ ଦାବି କରାଯାଇଛି