ଦାରିଙ୍ଗବାଡି,(ତରଣୀ ସାହୁ): ରାଜ୍ୟ ସରକାର ସୁଭଦ୍ରା ଯୋଜନା ବିଷୟ ରେ ସଚେତନ ନିମନ୍ତେ ସୁଭଦ୍ରା ରଥର ଶୁଭାରମ୍ଭ କରିଥିବା ବେଳେ ମହିଳାଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସଚେତନ ସୃଷ୍ଟି ହୋଇ ପାରିଲା ନାହିଁ । ପୂର୍ବରୁ ସୁଭଦ୍ରା ଯୋଜନାରେ ଆବେଦନ ନେଇ ଆଧାର ନମ୍ୱର ଓ ବ୍ୟାଙ୍କ ଏକାଉଣ୍ଟ୍ ରେ ଫୋନ ନମ୍ୱର ଲିଙ୍କ ନେଇ ବାଧ୍ୟତା ନଥିବା ବେଳେ ଫିଙ୍ଗର୍ ପ୍ରିଣ୍ଟ କିମ୍ବା ଓଟିପି କିମ୍ବା ଆଖି ସ୍କାନର୍ ମାଧ୍ୟମରେ ସୁଭଦ୍ରା ଯୋଜନାରେ ଜନ ସେବା କେନ୍ଦ୍ର ରେ ଆବେଦନ କରିବା ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଇଥିଲେ ସୁଦ୍ଧା ବ୍ୟାଙ୍କ, ପୋଷ୍ଟାଲ ଓ ଆଧାର କେନ୍ଦ୍ରରେ ଫୋନ ନମ୍ୱର ଲିଙ୍କ ନେଇ ଭିଡ ଦେଖିବାକୁ ମିଳି ଥିଲା । ଉପାନ୍ତ ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ମହିଳା ମାନେ ସଠିକ୍ ଭାବେ ସଚେତନ ନଥିବା ଯୋଗୁଁ ଆଜି ଏଭଳି ସ୍ଥିତି ଦେଖା ଯାଇଥିବା ବୁଦ୍ଧି ଜିବୀ ମାନେ ମତପ୍ରକାଶ କରିଛନ୍ତି। ବର୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଓଟିପି କିମ୍ବା ଆଖି ସ୍କାନର କିମ୍ବା ଫିଙ୍ଗର ପ୍ରିଣ୍ଟ ବିନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ ସୁଦ୍ଧା ମହିଳା ମାନେ ଏବେବି ସଚେତନ ନୁହନ୍ତି । ଫଳରେ ଏକାଉଣ୍ଟ୍ ରେ ଫୋନ ନମ୍ୱର ଲିଙ୍କ ପାଇଁ ବ୍ୟାଙ୍କରେ ଭିଡ ଜମୁ ଥିବା ବେଳେ ଆଧାରରେ ଫୋନ ନମ୍ୱର ଲିଙ୍କ କରିବା ନେଇ ପୋଷ୍ଟ କାର୍ଯ୍ୟାଳୟ ଓ ଆଧାର କେନ୍ଦ୍ରରେ ପ୍ରବଳ ରୁ ଅତି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ୫୦ ହଜାର ଟଙ୍କା ପାଇବା ପାଇଁ ମହିଳା ଙ୍କ ଆଖିରେ ଆଉ ନିଦ ନାହିଁ । ସମସ୍ତ କାର୍ଯ୍ୟାଳୟ ୧୦ ଟା ବେଳେ ଖୋଲୁ ଥିବା ବେଳେ ମହିଳା ମାନେ ସାଢେ ୭ ରୁ ଆସି ବ୍ୟାଙ୍କ ଓ ପୋଷ୍ଟ ଅଫିସ ଆଗରେ ଲାଇନ ଲାଗୁ ଛନ୍ତି । ସୁଭଦ୍ରା ରଥ ବର୍ତ୍ତମାନ ସୁଧା ଦାରିଙ୍ଗବାଡି ଅଞ୍ଚଳ କୁ ଆସି ନାହିଁ । ଯଦି ବି ଆସିବି ଗୋଟିଏ ଗାଡ଼ି କିଭଳି ୨୫ ଗୋଟି ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନ କରିବ ତାକୁ ନେଇ ସନ୍ଧେହ ସୃଷ୍ଟି ହେଉଛି । ଏଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତ ରେ ଗୋଟିଏ ଲେଖାଏଁ ଗାଡ଼ି କରି ମାଇକ ସାଉଣ୍ଡ ଦ୍ୱାରା ସଚେତନ କରାଗଲେ ମହିଳା ମାନେ ସଠିକ୍ ଭାବେ ସଚେତନ ହୋଇ ପାରିବେ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି ।