ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଦାରିଙ୍ଗବାଡି,୩୧/୮(ତରଣୀ ସାହୁ): ଦାରିଙ୍ଗବାଡି ବ୍ଲକ ସଭା ଗୃହ ଠାରେ ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ଆଇଆଇଆସି ରମେଶ ପ୍ରଧାନ, ଏବିଇଓ ବନମାଳୀ ମାଝୀ, ବ୍ଲକ ମହିଳା ଫେଡେରେସନ ର ସଭାନେତ୍ରୀ ରଶ୍ମିଦେବୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନେ ଶିଶୁ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ୨୦୨୨ ଠାରୁ ବର୍ତ୍ତମାନ ମଧ୍ୟରେ ୨୨ ଟି ବାଲ୍ୟ ବିବାହ ରୋକା ଯାଇଥିବା ବେଳେ ପାଠ ଛାଡ଼ି ଥିବା ୧୯୮ ଜଣ କିଶୋର ଓ କିଶୋରୀଙ୍କୁ ପୁଣି ଥରେ ଶିକ୍ଷା ଦାନର ବ୍ୟବସ୍ଥା କରାଯାଇଛି। ସେହିପରି ବିଭିନ୍ନ କାରଣ ରୁ ୧୫୦ ଜଣ ଶିଶୁ ଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ରେ ହସ୍ତାନ୍ତର କରାଯାଇଛି । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ରୋକିବା ନେଇ ପଞ୍ଚାୟତ ସ୍ତରରେ ରହିଥିବା ଟାସ୍କ ଫୋର୍ସ କିଭଳି ଭାବେ କାର୍ଯ୍ୟ କରିବ ସେନେଇ ଆଲୋଚନା ହେବା ସହ ବାଲ୍ୟ ବିବାହ ମୁକ୍ତ ସମାଜ ପାଇଁ ସମସ୍ତେ ଶପଥ ନେଇଥିଲେ । ପ୍ରେମ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଦିଲୀପ ପଣ୍ଡା , କାର୍ଯ୍ୟକ୍ରମ ଅଧିକାରୀ ସୁଧୀର ଦିଗାଲ,ଟ୍ରେନିଂ କଡ଼ିନେଟର ହିମାନି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅଙ୍ଗନବାଡ଼ି ସୁପରଭାଇଜର ସୁକୁନ୍ତଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।