ଦାରିଙ୍ଗବାଡ଼ି,୨୩/୮(ତରଣୀ ସାହୁ): ପ୍ରହସନ ପାଲଟିଛି ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନାରା। ଶିକ୍ଷକ ଅଭାବ ଯୋଗୁଁ ପିଲା ପଢ଼ିବେ କଣ ପାଠ ପଢ଼ା ସ୍ବପ୍ନ ହୋଇ ରହିଯାଇଛି । ପିଲା ସ୍କୁଲ କୁ ଆସୁଛନ୍ତି ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଯାଉଛନ୍ତି । ପାଠ ପଢା ଏକ ପ୍ରକାର ଠପ୍ ହୋଇ ଯାଇଛି । ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସେବାଶ୍ରମ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି କିଛି ଏଭଳି ସ୍ଥିତି । ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣା ରେ ବସି ରହିଥିବା ବେଳେ ପିଲାଏ ବି ଧାରଣା ରେ ବସି ରହିଛନ୍ତି । ଏହି ସେବାଶ୍ରମ ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୨୬୨ ଟି ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସେଥି ମଧ୍ୟରୁ ୧୩୦ ଛାତ୍ରଛାତ୍ରୀ ଅନ୍ତେବାସୀ ହୋଇଥିବା ବେଳେ ଆଉ ବାକି ଘରୁ ଯାଇ ପାଠ ପଢୁଛନ୍ତି । ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଙ୍କୁ ମିଶାଇ ତିନି ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ପ୍ରଧାନ ଶିକ୍ଷକ ପ୍ରାୟ ଅଫିସ କାମରେ ଯାଉଥିବା ବେଳେ ଦୁଇ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢେଇବା ସମ୍ଭବପର ହେଉନଥିବା ସାଧାରଣରେ ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳ ବାସୀ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ବିଡିଓ ଙ୍କୁ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳି ପାରିନଥିବା କହିଛନ୍ତି ଗ୍ରାମବାସୀ । ଏହାକୁ ନେଇ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାର ଘେରରେ । ଯେଉଁ ପର୍ଯନ୍ତ ବିଦ୍ୟାଳୟ ରେ ଶିକ୍ଷକ ର ଅଭାବ ପୂରଣ ନହୋଇଛି ସେହି ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି କହିଛନ୍ତି ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ସଦସ୍ୟ । ଦାରିଙ୍ଗବାଡି ତହସିଲଦାର ଶରତ ଶବର ଓ ବିଡ଼ିଓ ଗଦାଧର ପାତ୍ର ସ୍କୁଲ ରେ ପହଞ୍ଚି ଅଭିଭାବକ ମାନଙ୍କ ସହ ଆଲୋଚନା କରି ଶିକ୍ଷକ ପଦବୀ ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ରୁ ଉଠି ଥିଲେ ଅଭିଭାବକ ଓ ଛାତ୍ର ଛାତ୍ରୀ। ଯଦି ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନହୁଅନ୍ତି ତାହାଲେ ପୁଣି ଅଭିଭାବକ ମାନେ ଧାରଣା ରେ ବସିଲେ ବୋଲି ପ୍ରଶାସନ କୁ ଚେତେଇ ଦେଇଛନ୍ତି ।