ଭାରତ ବନ୍ଦ ର ପ୍ରଭାବ : ସଂରକ୍ଷଣ ରାୟକୁ ବିରୋଧ କରି ବାଲିଗୁଡାରେ ବସ ଓ ଅଟୋ ଚଳାଚଳ ବନ୍ଦ

ବାଲିଗୁଡା,୨୧/୦୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି ଜନଜାତି , ପଛୁଆବର୍ଗ , ସଂଖାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହୋଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବାଲିଗୁଡା ଟାଉନରେ ଦେଖିବାକୁ ମିଳିଛି । ଏଠାରେ ଭାରତ ବନ୍ଦର ଡାକରାକୁ ଆଖି ଆଗରେ ରଖି କେବଳ ଯାତ୍ରୀବାହୀ ବସ ଓ ଅଟୋ ଚଳାଚଳ ବନ୍ଦ ରହିଥିଲା l ଦୋକାନ ବଜାର, ସ୍କୁଲ, କଲେଜ ଓ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ସବୁ ଖୋଲା ରହିଥିବା ଦେଖିବାକୁ ମିଳିଥିଲା l ଯାତ୍ରୀବାହୀ ବସ ଓ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ତଥା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ବାଲିଗୁଡା ଟାଉନର ପ୍ରତ୍ୟେକ ଛକ ଓ ଗହକି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ମୁତୟନ ରଖା ଯାଇଥିଲା l