ଦାରିଙ୍ଗବାଡି,୧୯/୮,(ତରଣୀ ସାହୁ): ଦାରିଙ୍ଗବାଡି ବ୍ଲକରେ ଦିନ କୁ ଦିନ ବିଭିନ୍ନ ସରକାରୀ ଯୋଜନା ବାଟବଣା ହେଉଥିବା ବେଳେ ଦୁର୍ନୀତି ମଧ୍ୟ ବୃଦ୍ଧି ପାଉଛି । ହେଲେ ଉଚ୍ଚ ପଦସ୍ତ ସରକାରୀ ବାବୁ ଙ୍କ ଦୁର୍ନୀତି ଖୋର୍ ବାବୁଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ତଦନ୍ତ ହେଲେ ବି କାର୍ଯ୍ୟାନୁଷ୍ଠାନ ଶୁନ । କିଛି ଦିନ ତଳେ ଦାରିଙ୍ଗବାଡି ବ୍ଲକର ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଭୂତ ଚାଉଳ ନେଇଥିବା ଘଟଣା ସାମ୍ନା କୁ ଆସିଥିବା ବେଳେ ବର୍ତମାନ ଭୂତ କାଳିଆ ଟଙ୍କା ନେଉଥିବା ନେଇ କିଛି ଘଟଣା ସାମ୍ନା କୁ ଆସିଚି । ସିମନବାଡ଼ି ପଞ୍ଚାୟତର ଯୁଡ଼ାବାଡ଼ି ଗ୍ରାମର ଶରତ ମାଝୀ ୨୦୨୨ ମସିହା ଅକ୍ଟୋବର ମାସରେ ମୃତ୍ୟୁ ବରଣ କରିଥିବା ବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ୨୦୨୨ ଡିସେମ୍ବର ୨, ୨୦୨୩ ଏପ୍ରିଲ ୨, ସେପ୍ଟେମ୍ବର ୨୧ ତାରିଖ ଦିନ ସବୁ କିସ୍ତି ଟଙ୍କା ତାଙ୍କ ବ୍ୟାଙ୍କ ଏକାଉଣ୍ଟ୍ ରେ ପ୍ରଦାନ କରାଯାଇଛି । ପବିତ୍ରା ସାହୁ ୨୦୨୩ ମସିହା ଜୁଲାଇ ମାସରେ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୩ ମସିହା ସେପ୍ଟେମ୍ବର ୨୧ ତାରିଖ ଓ ୨୦୨୪ ମାର୍ଚ୍ଚ ୧୨ ତାରିଖ ଦିନ କିସ୍ତି ଟଙ୍କା ତାଙ୍କ ବ୍ୟାଙ୍କ ଏକାଉଣ୍ଟ୍ ରେ ପ୍ରଦାନ କରାଯାଇଛି । ସେହିପରି କାଡାସପାଟା ଗ୍ରାମର ଗାମ୍ବୁର ପ୍ରଧାନ ୨୦୨୩ ମସିହା ମେ ମାସରେ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୩ ମସିହା ସେପ୍ଟେମ୍ବର ୨୧ ତାରିଖ ଓ ୨୦୨୪ ମାର୍ଚ୍ଚ ୧୨ ତାରିଖ ଦିନ କିସ୍ତି ଟଙ୍କା ତାଙ୍କ ବ୍ୟାଙ୍କ ଏକାଉଣ୍ଟ୍ ରେ ପ୍ରଦାନ କରାଯାଇଛି । କାଡାସପାଟା ଗ୍ରାମର ମାଲି ଓ ମହେନ୍ଦ୍ର ପ୍ରଧାନ ଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ତାଙ୍କ ପାଖକୁ ମଧ୍ୟ କାଳିଆ ଟଙ୍କା ଯାଇଥିବା ଦେଖିବାକୁ ମିଳିଛି । ମାଲି ପ୍ରଧାନ ୨୦୨୩ ସେପ୍ଟେମ୍ବର ମାସ ୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ସେପ୍ଟେମ୍ବର ୨୧ ତାରିଖ ଓ ୨୦୨୪ ମାର୍ଚ୍ଚ ୧୨ ତାରିଖ ଦିନ ଡିବିଟି ମାଧ୍ୟମରେ ଏକାଉଣ୍ଟ୍ କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ମହେନ୍ଦ୍ର ପ୍ରଧାନ ୨୦୨୨ ମସିହା ଏପ୍ରିଲ ୨୪ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୨ ମସିହା ମେ ମାସ ୫, ସେପ୍ଟେମ୍ବର ୨ ,୨୦୨୩ ଏପ୍ରିଲ ୨, ସେପ୍ଟେମ୍ବର ୨୧,୨୦୨୪ ମାର୍ଚ୍ଚ ୧୨ ତାରିଖ ଦିନ କିସ୍ତି ଟଙ୍କା ଏକାଉଣ୍ଟ୍ ଜରିଆରେ ପ୍ରଦାନ କରାଯାଇଛି । କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଙ୍କୁ ଯେଭଳି ଭାବେ କିସ୍ତି ଟଙ୍କା ପ୍ରଦାନ କରାଯାଉଛି ସେଭଳି ଭାବେ ପିଏମ କିସାନ ଯୋଜନାରେ ମଧ୍ୟ ଉକ୍ତ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ଏଭଳି ଭାବେ ଦାରିଙ୍ଗବାଡି ବ୍ଲକରେ ଶତାଧିକ ଭୂତ ଙ୍କୁ କାଳିଆ ଯୋଜନା ଓ ପିଏମ କିସାନ୍ ଯୋଜନାରେ ଟଙ୍କା ପ୍ରଦାନ କରାଯାଉ ଥିଲେ ସୁଧା କୃଷି ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉ ନାହିଁ । ବରଂ କୃଷି ବିଭାଗର ଜାଣତରେ ଏସବୁ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଏହାର ସଠିକ୍ ତଦନ୍ତ କରି ସଂପୃକ୍ତ ଥିବା ଅଧିକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ବ୍ଲକ କୃଷି ଅଧିକାରୀ ଶିତାଙ୍କଶୁ ମଲିକ ଙ୍କୁ ପଚାରିବାରୁ ସେ କହିଲେ ମୃତ ଲୋକଙ୍କ ତଥ୍ୟ ମିଳୁନାହିଁ । ଫଳରେ ଏଭଳି ହେଉଛି । ଏହା ଉପରେ ପଦକ୍ଷେପ ନିଆ ଯିବ ବୋଲି କହିଥିଲେ