ଢେଙ୍କାନାଳ,(ଶୁଭମ ପାଣି): ବାଜିଚୌକ ଛକ ନିକଟରେ ଜୟ ଗୋପାଳ ଜିଉ ମଠ ଠାରେ ଝୁଲଣ ପର୍ବ ପାଳିତ ହୋଇଯାଇଅଛି । ୧୫:୮:୨୪ ରେ ଅଧିବାସ ପୂଜା ହେଇଥିଲା।୧୯:୮:୨୪ ରେ ଉଦଯାପନୀ ହେବ। ପ୍ରତେକ ଦିନ ସନ୍ଧ୍ୟା ଆଳତୀ ପରେ ଗୁରୁଣ୍ଡି ଗୋପାଳ, ରାଧା କୃଷ୍ଣ,ରାମ ଲକ୍ଷ୍ମଣ ଓ ସୀତା ପରିବାର ଝୁଲଣ ବେଦୀ କୁ ବିଜେ କରଯାଇଥାଏ। ପ୍ରତେକ ଦିନ ସଂକୀର୍ତ୍ତନ ପରିବେଷଣ କରାଯାଇଥାଏ। ଝୁଲଣ ବେଦୀରେ ବିଭିନ୍ନ ଭୋଗ ଲାଗି କରାଯାଇଥାଏ। ପୂଜକ ସନ୍ତୋଷ ଦେବତା, ଖଗେଶ୍ବର ସାହୁ, କୀର୍ତ୍ତନ ସୁଚିତା ଓଝା, ସନ୍ତୋଷ ସେଠୀ, ପ୍ରଣବନନ୍ଦ ଦାସ, ରମେଶ,ଦୁଃଖିଆ ପ୍ରମୁଖ ସହଯୋଗ କରିଥିଲେ।