ଆଜି ପଶ୍ଚିମ ଓଡିଶା ଓଏସ୍ଇଏଫଡ଼ି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଅନନ୍ତ ନାୟକ ଙ୍କ ନେତୃତ୍ବରେ ଉପ ସଭାପତି ଅଶ୍ୱିନ ଛତ୍ରିଆ, ସମ୍ପାଦକ ଅନନ୍ତ ଛତ୍ରିଆ, ସହ ସମ୍ପାଦକ ଅରକ୍ଷିତ କଣ୍ଟା, ପଶ୍ଚିମ ଓଡିଶା ଆଇଟି ସେଲ ସଂଯୋଜକ କ୍ଷୀରମୋହନ ପଟେଲ,କୋଷାଧ୍ୟକ୍ଷ ଶୁଭମ୍ ଭୋଇ, ରୋହିତ କୁମାର ନାଏକ, ଯଦୁମଣି ସୁନାନୀ, ବିଶ୍ୱଜିତ୍ ବିଶ୍ଵାଳ ପ୍ରମୁଖ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହ ସାକ୍ଷାତ କରି ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆଲୋଚ଼ନା କରାଯାଇଥିଲା।ଏହି ଆଲୋଚ଼ନା ସକରାତ୍ମକ ରହିଛି ଏବଂ ମନ୍ତ୍ରୀ ମହୋଦୟ ଏହା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟକାରୀ କରିବା ପାଇଁ ସଂଘ ର କର୍ମକର୍ତ୍ତା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ସଘ ପକ୍ଷରୁ ଦର୍ଶାଯାଇଛି ଯେ,ଓଡ଼ିଶାରେ ୬୫୦୦୦ ସାଧାରଣ ବିଦ୍ୟାଳୟରେ ୨୦୨୧-୨୦୨୨ ର ୟୁଡ଼ାଇଜ୍ ତଥ୍ୟ ଅନୁସାରେ ୧,୪୬,୨୬୪ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀମାନେ ପଢୁଛନ୍ତି, ଏମାନଙ୍କୁ ଶିକ୍ଷା ଦାନ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଆଜି ପର୍ଯ୍ୟନ୍ତ କରାଯାଇନାହିଁ।ଏହି ନିଯୁକ୍ତି ନିମନ୍ତେ ପି.ଡବ୍ଲୁ.ଡ଼ି ଆକ୍ଟ ୧୯୯୫, ଆର.ପି.ଡବ୍ଲୁ.ଡ଼ି ଆକ୍ଟ ୨୦୧୬ ଏବଂ ଆର.ଟି.ଇ ଆକ୍ଟ ୨୦୦୯ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ.ପି (ସି ) ୧୩୨ ଅଫ୍ ୨୦୧୬ ରହିଛି।ଏହା ଉପରେ ଗୁରୁତ୍ବ ଦେଇ ଖୁବଶୀଘ୍ର ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ର ବିଜ୍ଞାପନ ବାହାର କରିବା ନିମନ୍ତେ ମାନନୀୟ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଉଛି। ଏହି ନିଯୁକ୍ତି ମିଳିଲେ ଓଡ଼ିଶା ର ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ସହ ୮୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପକୃତ ହୋଇପାରିବେ।