ଦୁଇ ବର୍ଷିଆ ସ୍ବତନ୍ତ୍ର ଶିକ୍ଷା ରେ ବି.ଏଡ଼ ପ୍ରାର୍ଥୀଙ୍କୁ‌ ନ୍ୟାୟ ମିଳିଲା

ଦୁଇ ବର୍ଷିଆ ସ୍ବତନ୍ତ୍ର ଶିକ୍ଷାରେ ବି.ଏଡ୍ କରିଥିବା ପ୍ରାର୍ଥୀ ମାନଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତି ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବେଆଇନ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ବିରୁଦ୍ଧରେ ପ୍ରତ୍ୟାଖ୍ୟାତ ପ୍ରାର୍ଥୀ ମାନେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ କେଶ୍ ଦାୟର କରିଥିଲେ। ଏହି ମାମଲାର ଶୁଣାଣି ମାନ୍ୟବର ନ୍ୟାୟମୁର୍ତ୍ତି ଶ୍ରୀଯୁକ୍ତ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ଚାଲୁଅଛି। ଆଜି ପର୍ଯ୍ୟନ୍ତ ସାତ ଜଣ ପ୍ରତ୍ୟାଖ୍ୟାତ ପ୍ରାର୍ଥୀ ମାମଲା ଦାଖଲ କରିଛନ୍ତି ଏବଂ ସମସ୍ତ ପ୍ରାର୍ଥୀ ଙ୍କ ପାଇଁ କନିଷ୍ଠ ଶିକ୍ଷକ ଚ଼ାକିରି ସୁରକ୍ଷିତ ରଖିବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଜାରି କରିଛନ୍ତି ଓ ସରକାର ଙ୍କୁ ତାଙ୍କର ଉତ୍ତର ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଆଗମୀଦିନରେ ଆହୁରି ଅନେକ ପ୍ରତ୍ୟାଖିତ ପ୍ରାର୍ଥୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ସମ୍ଭାବନା ଅଛି |ଉକ୍ତ ମାମଲାକୁ ଆଇନଜୀବୀ ଶ୍ରୀ ସହସ୍ରାଂଶୁ ସୌରଭ ପରିଚ଼ାଳନା କରୁଛନ୍ତି |