ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ:ସ୍ଵତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ସଙ୍ଗଠନ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମଝୀ ଏବଂ ମାନ୍ୟବର ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ପାଖରେ ଆମେ ଅତ୍ୟଧିକ କୃତଜ୍ଞ।ପ୍ରତ୍ୟାଖ୍ୟାନ ପ୍ରାର୍ଥୀଙ୍କ ଆଖିରୁ ଲୁହ ପୋଛି ଦେବା ସହ ଭିନ୍ନକ୍ଷମ ପିଲାମାନଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ସଙ୍ଗଠନ ତରଫରୁ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଯାଇଛି।
ସୂଚନା ଅନୁସାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରୁ ପ୍ରତ୍ୟାଖ୍ୟାନ ହୋଇଥିବା ପ୍ରାର୍ଥୀମାନେ ନିଜର ଅସୁବିଧା ଶିକ୍ଷା ବିଭାଗକୁ ଜଣାଇଥିଲେ ଏବଂ ଓଡିଶା ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ସଂଗଠନ ମନଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସମସ୍ୟାର ସମାଧାନ ପାଇଁ ଏକ ଆବେଦନ ପତ୍ର ଦିଆଯାଇଥିଲା। ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ସଂଗଠନ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ​​ଯେଉଁଥିରେ ବହୁ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧୀ ଉପସ୍ଥିତ ରହି ଏହି ପ୍ରସଙ୍ଗରେ ବ୍ୟାପକ ପ୍ରଚାର କରିଥିଲେ। ଆଶାୟୀ ପ୍ରାର୍ଥୀଙ୍କ ଅସୁବିଧା ପ୍ରସଙ୍ଗଟିକୁ ସରକାରଙ୍କ ଦୃଷ୍ଟିରେ ଆଣିଥିବାରୁ ଫେଡେରେଶନ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି। ଏହାପରେ ୫ ଅଗଷ୍ଟ ୨୦୨୪ ରେ ଫେଡେରେଶନର ପ୍ରତିନିଧୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି, ଏବଂ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟନନ୍ଦ ଗଣ୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି ମନୋନୀତ ପ୍ରାର୍ଥୀଙ୍କ ପ୍ରତ୍ୟାଖ୍ୟାନକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ,ଏବଂ ତତକ୍ଷଣାତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ,ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏନସିଟିଇ ନିର୍ଦେଶନାମା ୨୦୧୦ ଉପରେ ଏକ ନିର୍ଦେଶ ପ୍ରକାଶ କରିଛନ୍ତି।