ଢେଙ୍କାନାଳ,୨୬.୦୭(ଶୁଭମ ପଣି):ଜୁଲାଇ ୨୬ ତାରିଖ 25 ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ସଂଧ୍ୟା 6 ଟା ସମୟରେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ସହିଦ ମିନାର ଠାରେ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ଯରେ ମହମବତୀ ଜଳାଇ ସ୍ମୃତିଚାରଣ କରିଥିଲେ। କାର୍ଗିଲ ଅଞ୍ଚଳ ର ଯୁଦ୍ଧ କ୍ଷେତ୍ର ହେଉଛି ବିଶ୍ୱର ସବୁଠାରୁ ସୁଉଚ୍ଚ ଯୁଦ୍ଧ କ୍ଷେତ୍ର। ବିଷମ ପରିସ୍ଥିତିରେ ଆମର ବୀର ସୈନିକ ମାନେ ଯୁଦ୍ଧ କରି ଶତ୍ରୁକୁ ପରାସ୍ତ କରି ବିଜୟୀ ହୋଇଥିଲେ। ତେଣୁ ଏହି ଦିବସକୁ କାର୍ଗିଲ ବିଜୟ ଦିବସ ରୁପେ ପାଳନ କରାଯାଏ । ଏହି ପ୍ରତ୍ୟକ୍ଷ ଯୁଦ୍ଧ ରେ ଆମ ର ବୀର ସୈନିକ ଭାଇ ସୁବାସ ଚନ୍ଦ୍ର ହୋତା, ନିଶାକର ରାଉତ ଓ ସୁର୍ଯ୍ୟ ନାରାୟଣ ମିଶ୍ର ଯୋଗଦାନ କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଗଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଢେଙ୍କାନାଳ ପୌର ଅଞ୍ଚଳର ପୌରାଧ୍ୟକ୍ଷା ଶ୍ରୀମତି ଜୟନ୍ତି ପାତ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ସଂଘର ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ରାଉତ ପରିଚାଳନ କରିଥିଲେ। ତାଙ୍କ ସହିତ ସଂଘର ଉପଦେଷ୍ଟା ଦୁର୍ଯ୍ୟୋଧନ ବେହେରା, ଉପସଭାପତି ବିମଳ କୁମାର ଶତପଥୀ, ବିଭୁତିଭୁଷଣ ନନ୍ଦ, ସଂପାଦକ ସୁବାସ ଚନ୍ଦ୍ର ହୋତା , ବଟକୃଷ୍ଣ ସାହୁ, କୋଷାଧ୍ୟକ୍ଷ ଅଖିଳ କୁମାର ରାଉତ, ମହେଶ୍ବର ମହାନ୍ତି, ଦେବେନ୍ଦ୍ର ହୋତା, ଶ୍ୟାମସୁନ୍ଦର ରାଣା, ମାନସରଞ୍ଜନ ପଣ୍ଡା ଓ ପ୍ରଭାକର ସାହୁଙ୍କ ସମେତ 50 ରୁ ଉର୍ଦ୍ଧ୍ବ ସଦସ୍ଯ ଯୋଗଦାନ କରିଥିଲେ। ଯୋଗ ଦେଇ ଥିବା ସମସ୍ତ ସଦସ୍ଯ ମାନଙ୍କୁ ଅଶେଷ ଧନ୍ୟବାଦ।
ଧନ୍ୟବାଦ।
କୈଳାସ ଚନ୍ଦ୍ର ରାଉତ
ସଭାପତି ଢେଙ୍କାନାଳ ଜିଲ୍ଲା ପୁର୍ବତନ ସୈନିକ ସଂଘ।