ରାୟଗଡ଼ା ୧୯/୭/୨୪(ପ୍ରଫୁଲ କୁମାର ବେହେରା)ରାୟଗଡା ଜିଲ୍ଲା କାଶୀପୁର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଆଜି ସ୍ବତନ୍ତ୍ର ଷଷ୍ଠତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାଶୀପୁର ବିଡିଓ ଡ. ଅମୃତ ରାଉଲ,ଜିଲ୍ଲାପରିସଦ ଅଧ୍ୟକ୍ଷା ସରସ୍ବତୀ ମାଝୀ,ବ୍ଲକ ଉପାଧ୍ୟକ୍ଷ ,ବିଧାୟକ ପ୍ରତିନିଧି ଜିଝୁରୁ ମାଝୀ ଏବଂ ସାଂସଦ ପ୍ରତିନିଧି ବୁଲୁ ନାଏକ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସଫଳ ରୂପାୟନ ପାଈଁ ଆଲୋଚନା କରିଥିଲେ।ପଞ୍ଚାୟତ ସମିତି ବୈଠକରେ ଗୃହିତ ପ୍ରସ୍ତାବ ପାସ କରି ପରବତ୍ର୍ତି ସମୟରେ ପ୍ରସ୍ତାବ ଗୁଡିକର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା।ଏହି ବୈଠକରେ କାଶୀପୁର ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ ସଭ୍ୟାଙ୍କ ସହ ସମସ୍ତ ବିଭାଗର ଅଧିକାରିମାନେ ଯୋଗ ଦେଇଥିଲେ।