ଢେ଼ଙ୍କାନାଳ,୧୩.୦୭(ଶୁଭମ ପାଣି):ଭାରତ ମାତା ସେଵା ଅନୁଷ୍ଠାନ ଢେ଼ଙ୍କାନାଳ ତରଫରୁ ଏକ ନିଶୁଳ୍କ ଚକ୍ଷୁ ଚିକିତ୍ସା ଓ ମଧୁମେହ ପରୀକ୍ଷା ଶିବିର ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ, ଢେ଼ଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଷ୍ଠିତ ASG Eye Hospital, Bhubaneswar ଓ Dr Mohan’s Diabetes Specialites Center, Bhubaneswar ଏଥିରେ ସହାୟତା କରିଥିଲେ। ସର୍ବ ପ୍ରଥମେ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ଙ୍କ ମନ୍ତ୍ର ଧ୍ୱନି ସହ ଅତିଥିମାନଙ୍କ ଦ୍ଵାରା ଭାରତ ମାତା ଏବଂ ପ୍ରଭୁ ଜଗନ୍ନାଥ ଙ୍କୁ ପୁଷ୍ପମାଲ୍ୟ ଓ ଦ୍ୱୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ କୁ ଶ୍ରୀ ଆଦିତ୍ୟ ମହାପାତ୍ର ସଞ୍ଚାଳନ କରିଥିଲେ। ଅନୁଷ୍ଠାନ ର ସଭାପତି ଇଂ ବାବୁଚାନ୍ଦ ମହାଳିକ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ମୂଖ୍ୟ ଅତିଥି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିଭୁତି ମହାପାତ୍ର ସେବାକାର୍ଯ୍ୟ ର ମହତ୍ତ୍ୱ ତଥା ଯୁବକ ମନଙ୍କ ର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ASG ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଚିକିତ୍ସା ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ। ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ସମୁଦାୟ 192 ଜଣ ବ୍ୟକ୍ତି ଚିକିତ୍ସା ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ର ଯୁବ ସଦସ୍ୟ ଗଣ ସର୍ବଶ୍ରୀ ଶାନ୍ତନୁ କୁମାର କାନୁନଗୋ, ଜାଗ୍ରତ କୁମାର ପାତ୍ର, ସୌମ୍ୟ ପ୍ରସାଦ ହୋତା, ସାଇ ପ୍ରସାଦ ଦାସ,ତନ୍ମୟ ପଟନାୟକ, ସୂର୍ଯ୍ୟ କାନ୍ତ ନାୟକ, ଚିନ୍ତା ମଣି ମହାନ୍ତି , ଲିନା ପଟନାୟକ, ମନସ୍ୱିନୀ ମିଶ୍ର, ବନଜା ମାନସିଂ ଙ୍କ ପ୍ରତ୍ୟକ୍ଷ ଦାୟିତ୍ୱ ନେଇ ଶିବିରକୁ ସଫଳ କରାଇଥିଲେ।